25.1 C
Bhubaneswar
Friday, March 20, 2026
Homeଦେଶ ବିଦେଶପାକିସ୍ତାନରେ ସେନା ଛାଡ଼ି ଶ୍ରମିକ ହେବାକୁ ମନ ବଳାଉଛନ୍ତି ସୈନିକ

ପାକିସ୍ତାନରେ ସେନା ଛାଡ଼ି ଶ୍ରମିକ ହେବାକୁ ମନ ବଳାଉଛନ୍ତି ସୈନିକ

ନୂଆଦିଲ୍ଲୀ: ପାକିସ୍ତାନର ପରିସ୍ଥିତି ଏବେ କ୍ରମାଗତ ଭାବରେ ବିଗିଡିବାରେ ଲାଗିଛି। ପୂର୍ବରୁ କଠିନ ପରିସ୍ଥିତିର ସମ୍ମୁଖୀନ ହେଉଥିବା ପାକିସ୍ତାନ ଏବେ ଆଉ ଏକ ବଡ଼ ସଙ୍କଟର ସମ୍ମୁଖୀନ ହେଉଛି। ପାକିସ୍ତାନୀ ସୈନିକ ମାନେ ଏବେ ନିଜ ସୁରକ୍ଷାକୁ ନେଇ ଚିନ୍ତିତ ଏବଂ ସେମାନେ ସେନା ଠାରୁ ଦୂରେଇ ଯାଉଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଗତ ସପ୍ତାହରେ ୨୫ ଶହ ସୈନିକ ସେନାକୁ ବିଦାୟ ଦେଇଛନ୍ତି । କାବୁଲ ଫ୍ରଣ୍ଟଲାଇନ୍ ରିପୋର୍ଟ ଅନୁଯାୟୀ, ଏହାର କାରଣ ହେଉଛି ସୁରକ୍ଷାର ବିଗିଡା ପରିସ୍ଥିତି ଏବଂ ସୈନିକଙ୍କ ହତ୍ୟା।

ରିପୋର୍ଟ ଅନୁଯାୟୀ, ପାକିସ୍ତାନୀ ସେନା ଛାଡିଥିବା ଅଧିକାଂଶ ସୈନିକ ସାଉଦି ଆରବ, କତାର, କୁୱେତ ଏବଂ ୟୁଏଇରେ ଶ୍ରମିକ ଭାବରେ କାମ କରିବାକୁ ଯାଇଛନ୍ତି। ରିପୋର୍ଟ ଅନୁଯାୟୀ, ଯେଉଁମାନେ ସେନାକୁ ବିଦାୟ ଦେଇଛନ୍ତି ସେମାନେ ନିଜ ଜୀବନକୁ ପ୍ରାଥମିକତା ଦେଇଛନ୍ତି ଏବଂ ନିଜ ବଞ୍ଚିବାର ଉପାୟ ବାଛିଛନ୍ତି। ସାମ୍ପ୍ରତିକ ସମୟରେ ପାକିସ୍ତାନୀ ସେନା ସହିତ କ’ଣ ଘଟିଛି ତାହା ସାରା ବିଶ୍ୱ ଦେଖିଛି। ଏତେ ସଂଖ୍ୟାରେ ପାକିସ୍ତାନୀ ସେନା କର୍ମଚାରୀଙ୍କ ପଳାୟନ ସେମାନଙ୍କ ଆଭ୍ୟନ୍ତରୀଣ ଶକ୍ତି ଏବଂ ମନୋବଳ ପ୍ରତି ଗମ୍ଭୀର ଚିନ୍ତା ସୃଷ୍ଟି କରୁଛି। କାବୁଲ ଫ୍ରଣ୍ଟଲାଇନ୍ ରିପୋର୍ଟ କରିଛି ଯେ ଦେଶରେ ଚାଲିଥିବା ହିଂସା ଏବଂ ଅସୁରକ୍ଷା ମଧ୍ୟରେ ସେନା ଯୁଦ୍ଧ ଜାରି ରଖିବାକୁ ଚାହୁଁନାହିଁ। ପଳାୟନ ସମସ୍ୟା ଏକ ଗମ୍ଭୀର ସଙ୍କଟର ସଙ୍କେତ, କାରଣ ଏହି ପରିସ୍ଥିତି କେବଳ ସୁରକ୍ଷା ସମସ୍ୟାର ପରିଣାମ ନୁହେଁ ବରଂ ଦେଶର ଆଭ୍ୟନ୍ତରୀଣ ଏବଂ ବାହ୍ୟ ପରିସ୍ଥିତିର ମଧ୍ୟ ହୋଇପାରେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking