18.1 C
Bhubaneswar
Saturday, December 20, 2025
Homeଦେଶ ବିଦେଶ୧୦ ଆଇଇଡି ବୋମା ନିଷ୍କ୍ରିୟ କଲେ ଯବାନ

୧୦ ଆଇଇଡି ବୋମା ନିଷ୍କ୍ରିୟ କଲେ ଯବାନ

ଛତିଶଗଡ଼: ଛତିଶଗଡ଼ର ଅବୁଝମାଡ଼ ଜଙ୍ଗଲରୁ ମିଳିଥିବା ୧୦ ଆଇଇଡି ବୋମାକୁ ନିଷ୍କ୍ରିୟ କରିଦିଆଯାଇଛି। ସ୍ଵତନ୍ତ୍ର ବୋମା ନିଷ୍କ୍ରିୟକାରୀ ଦଳ ଏସବୁକୁ ନିଷ୍କ୍ରିୟ କରିଥିବା ସୂଚନା ମିଳିଛି। ସୁନ୍ଦରଗଡ଼ର ବାଙ୍କୋ ଖଣି ଅଞ୍ଚଳରୁ ମାଓବାଦୀମାନେ ୪ ଟନ ଓଜର ବିସ୍ଫୋରକ ଲୁଟି ନେବା ପରେ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଛତିଶଗଡ଼ ସୀମାନ୍ତ ଜଙ୍ଗଲରେ ପୁଲିସ ଏବଂ ଯବାନଙ୍କ ପକ୍ଷରୁ ମିଳିତ ଭାବେ ଜୋରଦାର ସର୍ଚ୍ଚ ଅପରେସନ କରାଯାଉଛି। ଏହି ସମୟରେ ଅବୁଝମାଡ଼ ଜଙ୍ଗଲରୁ ୧୦ ଆଇଇଡି ବୋମା ମିଳିଥିଲା। ଯବାନମାନଙ୍କୁ ଟାର୍ଗେଟ କରି ମାଓବାଦୀମାନେ ଏସବୁ ବୋମା ଖଞ୍ଜିଥିଲେ। ବୋମାଗୁଡ଼ିକୁ ଠାବ କରାଯିବା ପରେ ବଡ଼ ଧରଣର ଅଘଟଣ ଟଳିଯାଇଥିବା କୁହାଯାଉଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking