15.1 C
Bhubaneswar
Thursday, January 15, 2026
Homeଓଡିଶା୮ ମାଓବାଦୀକୁ ଗୋ‌ଡ଼ାଇ ଗୋଡ଼ାଇ ଧରିଲେ ଯବାନ

୮ ମାଓବାଦୀକୁ ଗୋ‌ଡ଼ାଇ ଗୋଡ଼ାଇ ଧରିଲେ ଯବାନ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ସର୍ଚ୍ଚ ଅପରେସନ ବେଳେ ସିଆରପିଏଫ ଯବାନ ୮ ଜଣ ନକ୍ସଲଙ୍କୁ ଗିରଫ କରିଛନ୍ତି। ଯବାନମାନଙ୍କୁ ଦେଖି ଏହି ମାଓବାଦୀ ଦଳ ଖସିଯିବାକୁ ଉଦ୍ୟମ କରିଥିଲେ। ସେମାନେ ଦୌଡ଼ି ପଳାୟନ କରୁଥିବା ବେଳେ ଯବାନମାନେ ଦୌଡ଼ିଦୌଡ଼ି ଧରିଥିଲେ। ଗିରଫ ମାଓବାଦୀମାନେ ହେଲେ ୨ ଲକ୍ଷ ପୁରସ୍କାର ଘୋଷିତ ସିଏନ୍‌ଏମ୍‌ ସଦସ୍ୟ କୋସା ସୋଡ଼ି(୨୮), ୫୦ ହଜାର ପୁରସ୍କାର ଘୋଷିତ ସିଏନ୍‌ଏମ୍‌ ସଦସ୍ୟ ଜୟ ସିଂ ମାଣ୍ଡବୀ(୨୫), ୫୦ ହଜାର ଘୋଷିତ ମାଡକମ ନନ୍ଦା(୨୮), ମିଲିସିଆ ସୋଡ଼ି ହିଡମା(୨୨), ମୁଚାକୀ ବୁଦୁରା(୩୩), ମାଡବୀ ରାଜୁ(୨୩), ମାଡ଼ବୀ ହିଡମା(୨୪) ଏବଂ ଦେବା ମାଡବି(୨୯)। ଏମାନଙ୍କ ଠାରୁ ଯବାନ ଟିଫିନ ବୋମା, ବିସ୍ଫୋରକ, ଜିଲୋଟିନ, ବିଦ୍ୟୁତ ତାର ସମେତ ପ୍ରଚାର ପ୍ରସାର କାଗଜ ପତ୍ର ଇତ୍ୟାଦି ଜବତ କରାଯାଇଛି। ତୁରନ୍ତ ଯବାନ ଏହି ୮ ଜଣ ନକ୍ସଲଙ୍କୁ ପୁଲିସର ଜିମା ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking