36.1 C
Bhubaneswar
Sunday, May 11, 2025
Homeଦେଶ ବିଦେଶଆଇଇଡି ବିସ୍ଫୋରଣରେ ଯବାନ ସହିଦ

ଆଇଇଡି ବିସ୍ଫୋରଣରେ ଯବାନ ସହିଦ

ବିଜାପୁର: ଛତିଶଗଡର ବିଜାପୁର ଜିଲ୍ଲାରେ ନକ୍ସଲଙ୍କ ଦ୍ୱାରା ଲଗାଯାଇଥିବା ଆଇଇଡି ବିସ୍ଫୋରଣରେ ଗତକାଲି ଛତିଶଗଡ ସଶସ୍ତ୍ର ବାହିନୀ(ସିଏଏଫ୍‌)ର ଜଣେ ଯବାନ ସହିଦ ହୋଇଛନ୍ତି । ରାସ୍ତା ନିର୍ମାଣ କାର୍ଯ୍ୟକୁ ସୁରକ୍ଷା ଯୋଗାଇବା ପାଇଁ ସିଏଏଫ୍ ଟିମ୍ ପାଟ୍ରୋଲିଂ କରୁଥିବା ବେଳେ ଟୋଇନାର ଓ ଫର୍ସେଗଡ ଗାଁ ମଧ୍ୟରେ ଏହି ବିସ୍ଫୋରଣ ଘଟିଥିଲା । ଜଣେ ଅଧିକାରୀ କହିଛନ୍ତି ଯେ ସିଏଏଫ୍‌ର ୧୯ତମ ବାଟାଲିୟନର କନେଷ୍ଟବଳ ମନୋଜ ପୂଜାରୀ(୨୬) ଅଜାଣତରେ ଏକ ଆଇଇଡି ଉପରେ ପାଦ ପକାଇଦେବାରୁ ବିସ୍ଫୋରଣ ହୋଇଥିଲା । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ବିଜାପୁର ସମେତ ସାତଟି ଜିଲ୍ଲାକୁ ନେଇ ଗଠିତ ବସ୍ତର ଅଞ୍ଚଳରେ ପାଟ୍ରୋଲିଂ ସମୟରେ ସୁରକ୍ଷା କର୍ମୀଙ୍କୁ ଟାର୍ଗେର୍ଟ୍ କରିବା ପାଇଁ ମାଓବାଦୀମାନେ ପ୍ରାୟତଃ ରାସ୍ତା କଡରେ ଆଇଇଡି ବିଛାଇଛନ୍ତି । ଅତୀତରେ ମାଓବାଦୀଙ୍କ ଦ୍ୱାରା ବିଛାଯାଇଥିବା ଏଭଳି ଜାଲର ଶିକାର ହୋଇଛନ୍ତି ସାଧାରଣ ନାଗରିକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking