ସୁନ୍ଦରଗଡ: ଆଇଡି ବିସ୍ଫୋରଣରେ ସିଆରପିଏଫ ଯବାନ ସହିଦ ହୋଇଛନ୍ତି । ସର୍ଚ୍ଚ ଅପରେସନ ବେଳେ ଆଇଡି ବିସ୍ଫୋରଣରେ ସହିଦ ହୋଇଛନ୍ତି। ସହିଦ ଯବାନଙ୍କ ନାଁ ସତ୍ୟବାନ କୁମାର ସିଂ । ସୂଚନାଥାଉକି, ସୁନ୍ଦରଗଡ କେବଲାଙ୍ଗ ବାଙ୍କୋ ନିକଟରେ ଆଇଇଡି ବିସ୍ଫୋରଣ ହୋଇଥିଲା । ସହିଦ ସିଆରପିଏଫ୍ ଯବାନଙ୍କୁ ଏଆରଲିଫ୍ଟ କରିବା ପାଇଁ ବ୍ୟବସ୍ଥା କରାଯାଉଛି । ଘଟଣାସ୍ଥଳରେ ପଶ୍ଚିମାଞ୍ଚଳ ଡିଆଇଜି ଓ ରାଉରକେଲା ଏସପି ପହଞ୍ଚିଛନ୍ତି । ବିସ୍ଫୋରକ ସାମଗ୍ରୀ ଲୁଟ୍ ହେବା ପରଠାରୁ ଲଗାତର ସର୍ଚ୍ଚ ଅପରେସନ୍ ଜାରି ରହିଛି । ଏପର୍ଯ୍ୟନ୍ତ ସମସ୍ତ ଲୁଟ୍ ସାମଗ୍ରୀକୁ ଉଦ୍ଧାର କରାଯାଇପାରିନାହିଁ । ଏହାରି ଭିତରେ ବାଙ୍କୋ ନିକଟରେ ଆଇଇଡି ବିସ୍ଫୋରଣ ହୋଇଛି ।










