27.1 C
Bhubaneswar
Monday, March 30, 2026
Homeଓଡିଶାଉଦ୍ଧାର ହେଲା ବିକ୍ରି ହୋଇଥିବା ଶିଶୁ

ଉଦ୍ଧାର ହେଲା ବିକ୍ରି ହୋଇଥିବା ଶିଶୁ

ଯାଜପୁର: ଢେଙ୍କାନାଳ ଭୁବନରୁ ଉଦ୍ଧାର କଲା ବିକ୍ରି ହୋଇଥିବା ଶିଶୁ। ପାରିବାରିକ ବିବାଦରୁ ବିକ୍ରି ହୋଇଥିବା ଶିଶୁ ଢେଙ୍କାନାଳ ଭୁବନରୁ ଉଦ୍ଧାର କଲା ଯାଜପୁର ପୋଲିସ।ଉଦ୍ଧାର ପରେ ଶିଶୁକୁ ଜିଲା ଶିଶୁ ସୁରକ୍ଷା ୟୁନିଟକୁ ହସ୍ତାନ୍ତର।ଯାଜପୁର ବ୍ଲକ ବଡସୁଆର ଅଞ୍ଚଳର ପ୍ରଶାନ୍ତ ପରିଡା ଏବଂ ପୂଜାଙ୍କ ୮ ବର୍ଷର ଶିଶୁପୁତ୍ରକୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଥିଲା। ସ୍ବାମୀ ଠାରୁ ସ୍ତ୍ରୀ ଅଲଗା ରହିବାବେଳେ ସ୍ତ୍ରୀ ପୂଜା ୧୮ ହଜାର ଟଙ୍କାରେ ବିକ୍ରି କରି ଦେଇଥିଲେ। ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ଉକ୍ତ ଶିଶୁପୁତ୍ରକୁ ଏବେ ୮ ବର୍ଷ ହୋଇଥିବା ବେଳେ ତାଙ୍କୁ ଭୁବନ ଅଞ୍ଚଳର ସନ୍ତୋଷ କୁମାର ନାୟକଙ୍କ ଘରୁ ଉଦ୍ଧାର କରାଯାଇଛି। ଶିଶୁ ସୁରକ୍ଷା ୟୁନିଟ ଉଦ୍ଧାର ଶିଶୁକୁ ଆଣି ଶିଶୁ ମଙ୍ଗଳ ସମିତି ନିକଟରେ ହାଜର କରିବା ପରେ ଉତ୍କଳ ବାଳାଶ୍ରମରେ ରଖିଥିବା ସୂଚନା ମିଳିଛି।ଅନ୍ୟପଟେ  ଯାଜପୁର ସଦର ଥାନା ପୋଲିସ ଅଭିଯୁକ୍ତ ମାକୁ ପଚରାଉଚରା ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking