21.1 C
Bhubaneswar
Thursday, February 19, 2026
Homeଓଡିଶାତହସିଲ୍‌ଦାରଙ୍କ ତାଗିଦ୍‌କୁ ଖାତିର କଲେନି ମାଟି ମାଫିଆ

ତହସିଲ୍‌ଦାରଙ୍କ ତାଗିଦ୍‌କୁ ଖାତିର କଲେନି ମାଟି ମାଫିଆ

ପାରାଦୀପ: ଜଗତସିଂହପୁର ଜିଲ୍ଲା ପ୍ରଶାସନ ତରଫରୁ ବାଲି ମାଫିଆଙ୍କ ଉପରେ ଅଙ୍କୁଶ ଲଗାଇବାକୁ ଜିଲ୍ଲା ପ୍ରଶାସନ ଓ ପୁଲିସର ମିଳିତ ପ୍ରଚେଷ୍ଟା ଜାରି ରଖିବା ସହିତ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବାଲି ମାଫିଆଙ୍କ ନିଦ ହଜାଇ ଦେଇଥିବା ବେଳେ ଏବେ ଜିଲ୍ଲାରେ ମାଟି ମାଫିଆଙ୍କ ଉପଦ୍ରବ ସାମ୍ନାକୁ ଆସିଛି। ଖବରପାଇବା ପରେ କୁଳଙ୍ଗ ତହସିଲଦାର ସ୍ୱରୂପ ନନ୍ଦନ ବେହେରା ଘଟଣାସ୍ଥଳକୁ ଯାଇ ବେଆଇନ ମାଟି ଉଠାଣକୁ ବନ୍ଦ କରିବା ସହିତ ତାଗିଦ କରି ଆସିବା ପରେ ଅପରାହ୍ନ ୧ଟା ପୂର୍ବରୁ ଖୁଲମଖୁଲ୍ ଭାବେ ମାଫିଆମାନେ ଯେଉଁଭଳି ରଙ୍ଗଢ଼ଙ୍ଗରେ କେତେକ ଜମିରୁ ମାଟି ଉଠାଇବାକୁ ଦଳବଳ ଧରି ଆସିଥିଲେ ସେଥିରୁ ସ୍ପଷ୍ଟ। ଏମାନେ ପ୍ରଶାସନିକ କଳକୁ ଖାତିର କରୁନାହାନ୍ତି। ଅପରପକ୍ଷେ ତହସିଲଦାର ଶ୍ରୀ ବେହେରା ମାଟି ଉଠାଣର ଅନୁମତି ନଥିବାରୁ ଘଟଣାସ୍ଥଳରୁ ୧୭ଟି ହାଇୱା ଓ ଦୁଇଟି ଏନ୍‌ସ୍‌କ୍ୟାଭେଟର ନମ୍ବର ଟିପିଛନ୍ତୁ। ଅନ୍ୟ ୭ଟି ହାଇୱା ଚଢ଼ର ବେଳେ ଛତ୍ରଭଙ୍ଗ ଦେଇଥିବାରୁ ନମ୍ବର ଲେଖା ଯାଇପାରି ନାହିଁ। ତହସିଲଦାର ଶ୍ରୀ ବେହେରାଙ୍କ କହିବା ମୁତାବକ, ବାଲିଆ ରାଜସ୍ୱ ସର୍କଲର ବରଳାଙ୍ଗ ମୌକାର କେତେକ ଜମିରୁ ମାଟି ଉଠାଣର ଖବର ମିଳିଥିଲା। ଠିକଣା ଜାଗାରେ ପହଞ୍ଚିବା ପରେ ମାଟି ଉଠାଣ ନିମନ୍ତେ ଦୁଇଟି ଏକ୍‌ସ୍ କ୍ୟାଭେଟର ଓ ୨୪ଟି ହାଲୱା ଏଠାରେ ପହଞ୍ଚି ଯାଇଥିବା ଦେଖା ଯାଇଥିଲା। ସେପର୍ଯ୍ୟନ୍ତ ମାଟି ଉଠାଣ ଆରମ୍ଭ ହୋଇନଥିବାରୁ ହାଇୱାଗୁଡ଼ିକ ଖାଲି ରହିଥିଲା। କିନ୍ତୁ ପ୍ରାୟ ୨ରୁ ୪ଦିନ ତଳୁ ବରଳାଙ୍ଗ ମୌଳାରୁ ମାଟି ଉଠାଣ ଚାଲିଥିଲା। ଗ୍ରାଉଣ୍ଡ୍ ଜିରୋରୁ ଅନୁଧ୍ୟାନ କରାଯିବା ପରେ ବହୁ ପରିମାଣର ମାଟି ଏଠାରୁ ତଡ଼ାଯାଇ ରେଳପଥର ପ୍ରଶସ୍ତିକରଣ କାର୍ଯ୍ୟରେ ବିନିଯୋଗ ହୋଇଥିବା ସାମ୍ନାକୁ ଆସିଛି। ବର୍ତ୍ତମାନ ବରଳାଙ୍ଗ ଫାଟକ ପାଖରୁ ପାରାଦୀପ ଆଡ଼କୁ ରେଳପଥର ପ୍ରଶସ୍ତିକରଣ କାର୍ଯ୍ୟ ଚାଲୁ ରହିଛି।

ସମ୍ଭବତଃ ଉକ୍ତ ପ୍ରକଳ୍ପ କାର୍ଯ୍ୟ ନେଇଥିବା ଠିକାସଂସ୍ଥା ଏଠାରୁ ମାଟି ଉଠାଇଥିବା ଅଦାନ କରାଯାଉଛି। ତେବେ ନିୟମ ଅନୁସାରେ ଜମିରୁ ମାଟି ଉଠାଣ ପୂର୍ବରୁ ସ୍ଥାନୀୟ ତହସିଲର ଅନୁମତି ନିଆଯିବ। ଯେତିକି ମାଟି ଆବଶ୍ୟକ ସେଇ ହିସାବରେ ରୟାଲଟି ବା ଟିକସ ଅର୍ଥ ଦାଖଲ କରାଯିବ। ବରଳାଙ୍ଗ ମୌକାରୁ ମାଟି ଉଠାଣ ନିମନ୍ତେ କେହି ଟିକସ ଅର୍ଥ ତହସିଲରେ ଦାଖଲ କରି ନାହାନ୍ତି। ତା’ଛଡ଼ା ଦରନାଙ୍ଗ ଫାଟକ ପାଖରେ ରେଳବାଇର ଯେଉଁ ପ୍ରକଳ୍ପ କାର୍ଯ୍ୟ ଚାଲିଛି ତାହା ନିଶ୍ଚିତ ଟେଣ୍ଡରହୋଇଥିବ। ଟେଣ୍ଟର ପାଇଥିବା ସଂସ୍ଥା କାର୍ଯ୍ୟାଦେଶର ଦସ୍ତାବିଜ୍ ତହସିଲରେ ଦାଖଲ କରିବେ। ଯେହେତୁ ମାଟିର ଆବଶ୍ୟକତା ଅଛି । ଏବଂ ଯେତିକି ମାଟି ଆବଶ୍ୟକ ଟେଣ୍ଡର୍ କାଗଜପତ୍ର ଦେଖି ସେଇ ପରିମାଣର ଟିକସ ତହସିଲ କର୍ତ୍ତୃପକ୍ଷ ଆଦାୟ କରିବେ। ଏଠି ଏସବୁ ନିୟମର ଅନୁପାଳନ ସଂପୃକ୍ତ ଠିକାସଂସ୍ଥା କରିନାହାନ୍ତି। ସେ ଦୃଷ୍ଟିରୁ ମାଟି ନେବାକୁ ଆସିଥିବା ସମସ୍ତ ୧୭ ହାଇୱା ଓ ନିୟୋଜିତ ହୋଇଥିବା ଦୁଇ ଏକ୍‌ସ୍ କ୍ୟାଭେଟର୍ ବାବଦରେ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଦପ୍ତରକୁ ପ୍ରଥମେ ଅବଗତ କରାଯିବ। ତତ୍‌ସହିତ ବର୍ତ୍ତମାନ ରେଳପଥ ପ୍ରଶସ୍ମିକରଣରେ ଯେତିକି ମାଟି ଏଠୁ ଉଠାଣ ହୋଇ ବିନିଯୋଗ ହୋଇଛି ତା’ର ପରିମାଣ ଜାଣିବାକୁ ମାପଚୁପ ହୋଇଛି। ସେଇ ହିସାବରେ ଯେତିକି ଜରିମାନା ହେବ ସେସବୁ ଘଟଣାସ୍ଥଳରୁ ୧୭ ହାଇୱା, ଦୁଇ ଏକ୍‌ସ୍‌କ୍ୟାଭେଟର୍ ରେଳପଥ ପ୍ରଶସ୍ତିକରଣ କାର୍ଯ୍ୟରେ ଲଗାଯାଉଛି ମାଟି ଓ ଏନ୍‌ସ୍‌କ୍ୟାଭେଟର୍ ଉପରେ ଧାର୍ଯ୍ୟ କରାଯିବ ବୋଲି କହିଛନ୍ତି ତହସିଲଦାର। ମାଟି ଉଠୁଥିବା ଜାଗା ଗୁଡ଼ିକ ଘରୋଇ। ଏପଟେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ସୁଦ୍ଧା ତହସିଲଦାରଙ୍କୁ ଦେଖି ଚମ୍ପଟ ମାରିଥିଲେ ଭକ୍ତ ଠିକାସଂସ୍ଥାର ସୁପରଭାଇଜର। ଚାଳକମାନେ ମଧ୍ୟ ଚାବି ଧରି ହାଇୱା ଗୁଡ଼ିକ ଛାଡ଼ି ଖସି ଯାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking