ଭୁବନେଶ୍ୱର: ଖୋଲା ମଞ୍ଚରେ ବାପାଙ୍କୁ ପ୍ରଶଂସାରେ ପୋତିଲେ କଟକ – ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ । ମୋକିମ୍ ଫାଇଣ୍ଡେସନ୍ର ଯୁବ ସମାବେଶରେ ପ୍ରଶଂସା କଲେ ସୋଫିଆ । ବାପା ଗୋଟିଏ ମୁଦ୍ଦା ନେଇ ଆଗତୁ ବଢିଲେ କେହି ତାଙ୍କୁ ଅଟକାଇ ପାରିବେ ନାହିଁ । ନ ଡରି ବାପାଙ୍କ ଲଢେଇରେ ସମସ୍ତଙ୍କୁ ସାମିଲ୍ ହେବାକୁ ପଡିବ । ରାଜନୀତିରେ ପାଦ ଦେବା ଆଗରୁ ବାପା କଟକବାସୀଙ୍କ ସେବା କରୁଥିଲେ । ଏବେ କଟକବାସୀ ମତେ ବିଧାୟିକା କରିଛନ୍ତି । ଦେଶକୁ ଗଢିବା ପାଇଁ ସବୁ ଯୁବକଙ୍କୁ ଏକ ହେବାକୁ ପଡିବ ।










