23.1 C
Bhubaneswar
Sunday, February 8, 2026
Homeଓଡିଶାଗିରଫ ହେଲେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍

ଗିରଫ ହେଲେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍

ନୂଆଦିଲ୍ଲୀ: ଗିରଫ ହେଲେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍। ଲଦାଖରେ ଉତ୍ତେଜନା ମଧ୍ୟରେ ଶୁକ୍ରବାର ଦିନ ଲେହ ପୁଲିସ ତାଙ୍କୁ ଗିରଫ କରିଛି। ବୁଧବାର ଲଦାଖରେ ହୋଇଥିବା ହିଂସାତ୍ମକ ପ୍ରତିବାଦରେ ଅତି କମରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୯୦ରୁ ଅଧିକ ଆହତ ହୋଇଥିଲେ। ଲେହ ଆପେକ୍ସ ବଡି ଏବଂ କାର୍ଗିଲ ଡେମୋକ୍ରାଟିକ୍ ଆଲାଏନ୍ସ ସହିତ ୱାଙ୍ଗଚୁକ୍ ପ୍ରତିବାଦ ଆରମ୍ଭ କରିଥିଲେ। ପ୍ରଦର୍ଶନକାରୀମାନେ ରାଜ୍ୟ ମାନ୍ୟତା ଏବଂ ଲଦାଖକୁ ସମ୍ବିଧାନର ଷଷ୍ଠ ଅନୁସୂଚୀରେ ଅନ୍ତର୍ଭୁକ୍ତ କରିବା ପାଇଁ ଦାବି କରି ବିରୋଧ ପ୍ରଦର୍ଶନ କରିଥିଲେ। ଏହି ହିଂସା ପାଇଁ ସୋନମ ୱାଙ୍ଗଚୁକଙ୍କୁ ଦାୟୀ କରିଥିଲେ କେନ୍ଦ୍ର ସରକାର।ଦାବି ପୁରଣ ପାଇଁ ଚାପ ପକାଇବାକୁ ୱାଙ୍ଗଚୁକ୍ ସେପ୍ଟେମ୍ବର ୧୦, ୨୦୨୫ରେ ଅନଶନ ମଧ୍ୟ ଆରମ୍ଭ କରିଥିଲେ, ଏବଂ ବୃଦ୍ଧି ପାଉଥିବା ହିଂସା ଉପରେ ଚିନ୍ତା ପ୍ରକାଶ କରି ସେପ୍ଟେମ୍ବର ୨୪ରେ ଏହାକୁ ସମାପ୍ତ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking