19.1 C
Bhubaneswar
Sunday, February 8, 2026
Homeଓଡିଶାକେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ନିମନ୍ତେ ମନୋନୀତ ହୋଇଥିବା ଆସୋସିଏଟ୍ ପ୍ରଫେସରଙ୍କୁ ସମ୍ବର୍ଦ୍ଧିତ କଲେ...

କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ନିମନ୍ତେ ମନୋନୀତ ହୋଇଥିବା ଆସୋସିଏଟ୍ ପ୍ରଫେସରଙ୍କୁ ସମ୍ବର୍ଦ୍ଧିତ କଲେ ସୋଆ ପ୍ରତିଷ୍ଠାତା ସଭାପତି

ଭୁବନେଶ୍ୱର: ଚଳିତ ବର୍ଷ କେନ୍ଦ୍ର ସାହିତ୍ୟ ଏକାଡେମୀର ଯୁବ ପୁରସ୍କାର ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଆସୋସିଏଟ୍ ପ୍ରଫେସର ଡକ୍ଟର ସୁବ୍ରତ କୁମାର ସେନାପତିଙ୍କ ନାମ ଘୋଷଣା କରାଯାଇଥିôବା ବେଳେ ତାଙ୍କୁ ଗୁରୁବାର ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ସମ୍ବର୍ଦ୍ଧିତ କରିଛନ୍ତି। ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ ଏଗ୍ରିକଲଚରାଲ୍ ସାଇନସେସ୍‌ର ପୁଷ୍ପ ଓ ଭୂପୃଷ୍ଠ ଦୃଶ୍ୟ ଉଦ୍ୟାନ ବିଭାଗର ଆସୋସିଏଟ୍ ପ୍ରଫେସର ଡକ୍ଟର ସେନାପତି ଓଡ଼ିଆ ଭାଷାରେ ଯୁବ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ତାଙ୍କ କ୍ଷୁଦ୍ର ଗଳ୍ପ ସଂକଳନ “କଦମ୍ବବନ’ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ।

ସମ୍ବର୍ଦ୍ଧିତ କରିବା ଅବସରରେ ପ୍ରଫେସର (ଡକ୍ଟର) ନାୟକ ତାଙ୍କର ଉତୋରତର ଉନ୍ନତି କାମନା କରିବା ସହ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ଏଭଳି ପ୍ରତିଭା ବିଶ୍ୱବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି ବୋଲି ପ୍ରଫେସର (ଡକ୍ଟର) ନାୟକ କହିଥିଲେ। ସମ୍ବର୍ଦ୍ଧିତ ହେବା ପରେ ନିଜର ଖୁସି ବ୍ୟକ୍ତ କରି ଡକ୍ଟର ସେନାପତି କହିଥିଲେ ଯେ ଏଭଳି ଭଲପାଇବା ଆନ୍ତରିକତା ପାଇଁ ସେ ଆନନ୍ଦିତ ଏବଂ ଏହା ତାଙ୍କ ସାହିତ୍ୟ ଚର୍ଚ୍ଚାକୁ ଅଧିକ ପ୍ରେରଣା ଯୋଗାଇବ। ନିଜ ଲେଖନୀରେ ଟ୍ରାନ୍ସଜେଣ୍ଡରଙ୍କ ଜୀବନୀକୁ ଅଧିକ ମାତ୍ରାରେ ପ୍ରତିପାଦିତ କରିବା ପରିପ୍ରେକ୍ଷୀରେ ଡକ୍ଟର ସେନାପତି କହିଛନ୍ତି ଯେ ସେମାନଙ୍କ ଜୀବନଧାରା ଓ ସେଥିର ଦୁଃଖ ଓ ପ୍ରେମ ତାଙ୍କ ମନକୁ ଅଧିକ ଆନ୍ଦୋଳିତ କରିଥାଏ । ତେଣୁ ସେମାନଙ୍କ ଜୀବନକୁ ନିଜ ଲେଖନୀ ମାଧ୍ୟମରେ ସମାଜ ସମ୍ମୁଖକୁ ଆଣିବାକୁ ସେ ଚେଷ୍ଟା କରିଥାନ୍ତି ବୋଲି କହିଛନ୍ତି। ସମ୍ମାନିତ କରିବା ଅବସରରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଆଇଏଏସର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking