35.1 C
Bhubaneswar
Monday, March 23, 2026
Homeଓଡିଶା୩୫୦ ଛାତ୍ରଛାତ୍ରୀକୁ ନେଇ ସୋଆ ଏଲସିୟମ -୨୦୨୫ ଅନୁଷ୍ଠିତ

୩୫୦ ଛାତ୍ରଛାତ୍ରୀକୁ ନେଇ ସୋଆ ଏଲସିୟମ -୨୦୨୫ ଅନୁଷ୍ଠିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ଗୁରୁବାର ଦିନ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉଦ୍ୟୋଗ ପ୍ରବଣତା, ସମସ୍ୟା ସମାଧାନର ସୂତ୍ର ଖୋଜିବା ତଥା ନୂତନତ୍ୱ ପ୍ରବର୍ତନ ଦିଗରେ ଉତ୍ସାହିତ କରିବାକୁ ‘ଏଲସିୟମ-୨୦୨୫’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଇନ୍‌ଷ୍ଟିଚ୍ୟୁଟ ଅଫ୍ ଟେକ୍ନିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ପରିସରରେ ଥିବା ଅଟଳ ଇନୋଭସେନ୍ ସେଂଟର (ଏଇଆଇସି) ସୋଆ ଫାଉଣ୍ଡେସନ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏଥିରେ ‘ବିଜିନେସ ଡିକୋଡେଡ’ ଓ ‘ଫାଉଣ୍ଡର୍ସ ଏରେନା’ ନାମକ ଦୁଇଟି ପ୍ରତିଯୋଗିତା ଅନ୍ତର୍ଭୁକ୍ତ ଥିଲା। ଏହି କାର୍ଯ୍ୟକ୍ରମରେ ୩୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ୧୦୦ରୁ ଅଧିକ ଦଳରେ ବିଭକ୍ତ ହୋଇ ଅନ୍ତର୍ଭୁକ୍ତ ଥିଲେ। ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ଏବଂ ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ), ଆଇଟିଇଆର, ପ୍ରଫେସର ରେଣୁ ଶର୍ମା ସ୍ୱାଗତ ଭାଷଣ ଦେଇଥିଲେ। ଛାତ୍ରଛାତ୍ରୀମାନଙ୍କର ଚିନ୍ତାଧାରା ଓ କାର୍ଯ୍ୟକୁ ସୋଆର ଡିଷ୍ଟିଙ୍ଗୁଇସ୍‌ଡ ପ୍ରଫେସର ଉମା ଚରଣ ମହାନ୍ତି ଓ ଅନ୍ୟ ଫ୍ୟାକଲ୍ଟିମାନେ ମୂଲ୍ୟାୟନ କରିଥିଲେ। ଏହି ଫ୍ୟାକଲଟିମାନଙ୍କ ମଧ୍ୟରେ ପ୍ରଫେସର ଅକ୍ଷୟ ବର୍ମା, ଡ. ଭାରତ ଜ୍ୟୋତି ରଞ୍ଜନ ସାହୁ, ଡ. ସିଦ୍ଧାର୍ଥ ଦତ ଏବଂ ଡ. ଅରୁନ୍ଧତି ଲେଙ୍କା ଅନ୍ତର୍ଭୁକ୍ତ ଥିଲେ।

ଏହାଛଡ଼ା ବିଭିନ୍ନ ଷ୍ଟାର୍ଟଅପ୍‌ର ସ୍ଥାପୟିତା ତଥା ବାଣିଜ୍ୟ କ୍ଷେତ୍ରରେ ନେତୃତ୍ୱ ନେଇଥିବା ଶ୍ରୀ ସୈାମ୍ୟରଞ୍ଜନ ମିଶ୍ର, ଶ୍ରୀ ଦେବୀ ପ୍ରସାଦ ଭୋଳ, ଶ୍ରୀ ସବ୍ୟସାଚୀ ବରାଳ, ଶ୍ରୀ ବିଭୁ ବାହାଲିଆ, ଶ୍ରୀ ଶୁଭେନ୍ଦୁ ମୋହନ ପଣ୍ଡା ଓ ଶ୍ରୀ ବିପ୍ଳବ ପରିଡ଼ା ମଧ୍ୟ ଏହି ମୂଲ୍ୟାୟନ କାର୍ଯ୍ୟରେ ସହାୟତା କରିଥିଲେ।
ସୋଆର ବିଭିନ୍ନ ଇନକ୍ୟୁବେସନ୍ ଦାୟିତ୍ୱରେ ଥିବା ଶ୍ରୀ ରାଜୀବ କୁମାର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଗଠିତ ଏକ ସ୍ୱେଚ୍ଛାସେବୀ ଦଳ ମାଧ୍ୟମରେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ‘ଫାଉଣ୍ଡର୍ସ ଏରେନା’ ପ୍ରତିଯୋଗିତାରେ ଏଗ୍ରୋ ଫାଷ୍ଟ, ମେଜିକ୍ ଡେଷ୍ଟିନେସନ୍ ଓ ଆର୍ମୋର ଇଙ୍କ ଯଥାକ୍ରମେ ପ୍ରଥମ ତିନୋଟି ସ୍ଥାନ ଅଧିକାର କରିଥିବା ବେଳେ ‘ବିଜିନେସ୍ ଡିକୋଡେଡ’ ପ୍ରତିଯୋଗିତାରେ ନେକଷ୍ଟ ଜେନ ଶାର୍କସ, ଟିମ୍ ସାଇଫର ଏବଂ ଡିକୋଡର୍ସ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇଥିଲେ। ଏହି ଅବସରରେ ଆଇଟିଇଆର୍ ତଥା ଏଆଇସି ସୋଆ ଫାଉଣ୍ଡେସନ୍‌ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ବିଚାରକ ମଣ୍ଡଳୀର ସଦସ୍ୟମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking