21.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶଜମ୍ମୁ-କାଶ୍ମୀରେ ବରଫ: ରାସ୍ତା ଘାଟ ବନ୍ଦ

ଜମ୍ମୁ-କାଶ୍ମୀରେ ବରଫ: ରାସ୍ତା ଘାଟ ବନ୍ଦ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ଭଳି ରାଜ୍ୟରେ ବରଫ ପଡିବା ଆରମ୍ଭ ହୋଇଗଲାଣି। ଅନନ୍ତନାଗରେ ହୀମପାତ ଯୋଗୁ ଭାରଭାନ ଆଡକୁ ଯାଉଥିବା ଏକ ଟ୍ରକ୍ ସଡ଼କରୁ ଖସି ଖାଇରେ ପଡିଛି। ଜମ୍ମୁ-କାଶ୍ମୀରରେ ଆଖି ଯେଉଁ ପର୍ଯ୍ୟନ୍ତ ପାଉଛି ସବୁଆଡେ ବରଫ ହିଁ ବରଫ। ବାନ୍ଦିପୋରା, ବଡଗାଁବ, ସୋପର, ତଙ୍ଗମର୍ଗ, ସୋନମର୍ଗ ଓ ବନିହାଲ ଭଳି ସ୍ଥାନମାନଙ୍କରେ ଏବେ ଭୀଷଣ ବରଫ ପଡୁଛି। ହିମାଚଳ ପ୍ରଦେଶରେ ନଦୀ, ନାଳ ଓ ଝରଣା ବରଫରେ ପରିଣତ ହେବାରେ ଲାଗିଲାଣି। ଲୋହୋଲରେ ନଦୀ ପାଣି ବରଫ ପାଲଟିଛି। ନାଳରେ ବରଫ ଭାସୁଛି। ଉତ୍ତରାଖଣ୍ଡରେ ଗଙ୍ଗୋତ୍ରୀରୁ ଆରମ୍ଭ କିର ଯମୁନେତ୍ରୀ, ପଙ୍ଗୋଟ ଓ ହର୍ଷିଲ ପର୍ଯ୍ୟନ୍ତ ବରଫ ଏପରି ପଡୁଛି ଯେ ଗଛପତ୍ରଠୁ ଆରମ୍ଭ କରି ପାହାଡର ପଥର ବି ବରଫ ପାଲଟିଛି। ପାହାଡ ଉପରେ ହେଉଥିବା ହୀମା ପାତର ପ୍ରଭାବ ଏବେ ସମତଳ ଅଞ୍ଚଳ ଉପରେ ପଡିବା ଆରମ୍ଭ ହେଲାଣି। ଶୀତ ଲହର ଚାଲିବା ଯୋଗୁ ବିଭିନ୍ନ ସ୍ଥାନର ପାରଦ ହ୍ରାସ ହେବା ଆରମ୍ଭ ହୋଇଛି। ଫଳରେ ଦେଶରେ ଶୀତ ଋତୁ ଆରମ୍ଭ ହୋଇଯାଇଛି। ଜମ୍ମୁ-କାଶ୍ମୀର ରାଜଧାନୀ ଶ୍ରୀନଗରରେ ଏପର୍ଯ୍ୟନ୍ତ ହୀମ ପାତ ହୋଇ ନାହିଁ, ହେଲେ ପାରଦ ବିଯୁକ୍ତ ହେବାରେ ଲାଗିଛି। ଲାହୋଲ ଘାଟିର କିଛି ଅଞ୍ଚଳରେ ତାପମାତ୍ରା ବିଯୁକ୍ତ ୧୫ ଡିଗ୍ରି ସେଣ୍ଟିଗ୍ରେଡରୁ ୨୦ ଡିଗ୍ରି ସେଣ୍ଟିଗ୍ରେଡକୁ ଖସି ସାରିଲାଣି। ଋତୁ ଆରମ୍ଭରୁ ତାପମାତ୍ରାରେ ଏପରି ହ୍ରାସ ଏଥର ଦିଲ୍ଲୀ ଶୀତ ଦିନେ ବିଯୁକ୍ତ ତାପମାତ୍ରାକୁ ପହଞ୍ଚିବାର ଆଶଙ୍କା କରାଗଲାଣି। କାରଣ ଦିଲ୍ଲୀର ତାପମାତ୍ରା ମାତ୍ର ଦିନକରେ ୩ ଡିଗ୍ରି ହ୍ରାସ ହୋଇଛି। ରାଜସ୍ଥାନରେ ଉତ୍ତର ଦିଗରୁ ବହୁଥିବା ପବନ ପାଇଁ ଫତେହପୁର, ଶେଖାବଟି ଆରମ୍ଭ କରି ମାଉଣ୍ଟଆବୁ, ଚୁରୁ, ପିଲାନୀ, ଶ୍ରୀଗଙ୍ଗାନଗର ଓ ବିକାନେର ପୁରା ଅଞ୍ଚଳରେ ଏବେ ଜୋରଦାର ଥଣ୍ଡାପଡୁଛି ଓ ସର୍ବ ନିମ୍ନ ତାପମାତ୍ରା ବିଯୁକ୍ତ ଡିଗ୍ରି ପର୍ଯ୍ୟନ୍ତ ଖସୁଛି। ପାଣିପାଗ ବିଭାଗ ଅନୁସାରେ ଏହି ସବୁ ଅଞ୍ଚଳରେ ପ୍ରାୟ ୪ ବର୍ଷ ପରେ ଡିସେମ୍ବର ୧୦ ତାରିଖରେ ତାପମାତ୍ରା ବିଯୁକ୍ତ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking