ଭୁବନେଶ୍ୱର: ନିଟ- ୟୁଜି- ୨୦୨୫ରେ ସ୍ନେହାଶିଷ ଦାଶ ଓଡିଶା ଟପ୍ପର । ସର୍ବଭାରତୀୟ ରାଙ୍କର ୬୦ ତମ ସ୍ଥାନରେ ସ୍ନେହାଶିଷ ରହିଛନ୍ତି । ସୂଚନା ଥାଉ କି ଆଜି ପ୍ରକାଶ ପାଇଲା ନିଟ- ୟୁଜି- ୨୦୨୫ ରେଜଲ୍ଟ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ରେଜଲ୍ଟ ପ୍ରକାଶ ପାଇଛି । ପରୀକ୍ଷାର୍ଥୀଙ୍କୁ ଇ-ମେଲରେ ସ୍କୋରକାର୍ଡ ଦେଖିବାକୁ ପରାମର୍ଶ ଦିଆଯାଇଛି । ରୁ ମଧ୍ୟ ରେଜଲ୍ଟ ଜାଣି ପାରିବେ । ମେ ମାସରେ ପରୀକ୍ଷା ହୋଇଥିଲା । ମେ ୪ରେ ଗୋଟିଏ ସିଫ୍ଟରେ ୨୦ ଲକ୍ଷ ପିଲା ପରୀକ୍ଷା ଦେଇଥିଲେ । ୫ ହଜାର ୪୫୩ ପରୀକ୍ଷା କେନ୍ଦ୍ରେ ପରୀକ୍ଷା ହୋଇଥିଲା । ଓଡିଶାରୁ ମଧ୍ୟ ଅନେକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ।