13.1 C
Bhubaneswar
Wednesday, January 14, 2026
Homeଓଡିଶାଜନଜାତିଙ୍କ ବିକାଶ ଆଶ୍ୱାସନା ଦୋହରାଇଲେ ସ୍ନେହାଙ୍ଗିନୀ

ଜନଜାତିଙ୍କ ବିକାଶ ଆଶ୍ୱାସନା ଦୋହରାଇଲେ ସ୍ନେହାଙ୍ଗିନୀ

ଭୁବନେଶ୍ୱର: ବୁଧବାର ବିଜୁ ଜନତା ଦଳ ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ ଦଳର ବରିଷ୍ଠ ନେତୃବୃନ୍ଦଙ୍କ ସହ ବିଭିନ୍ନ ଅଞ୍ଚଳରେ ପହଞ୍ଚି ବିଜେଡିକୁ ଆଶୀର୍ବାଦ କରିବା ପାଇଁ ଅପିଲ କରିଥିଲେ । ଶ୍ରୀମତୀ ଛୁରିଆ କୋମନା ବ୍ଲକ ଅଧୀନସ୍ଥ ସୁନାବେଡା ଗ୍ରାମର ପ୍ରସିଦ୍ଧ ମା’ ସୁନାଦେଇ ମନ୍ଦିରରେ ପୂଜାର୍ଚ୍ଚନା ସହ ନିର୍ବାଚନ ପ୍ର୍ରଚାର ଆରମ୍ଭ କରିଥିଲେ । ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଓ ନୂଆପଡା ଜିଲ୍ଲା ସଭାପତି ଅବନୀ ରଞ୍ଜନ ଯୋଶୀଙ୍କ ସହ ଚୁକୁଟିଆ ଭୁଞ୍ଜିଆ ଜାତିର ଲୋକଙ୍କୁ ଭେଟି ମନ୍ଦିର ପରିସରର ବିକାଶ, ଜନଜାତୀୟ ସଂସ୍କୃତିର ସୁରକ୍ଷା ଓ ପ୍ରଚାର ପ୍ରସାର ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଜନଜାତୀୟ ପରମ୍ପରା ଓ ସାଂସ୍କୃତିକ ଭାବଧାରାକୁ ସୁରକ୍ଷିତ ରଖି ସାମଗ୍ରିକ ବିକାଶର ଆବଶ୍ୟକତା ସମ୍ପର୍କରେ ସ୍ଥାନୀୟ ବାସିନ୍ଦାଙ୍କ ସହ ଫଳପ୍ରଦ ଆଲୋଚନା କରିଥିଲେ । ସେ ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକଙ୍କ ନ୍ୟାୟସଂଗତ ଓ ସମାବେଶୀ ସମାଜ ଗଠନର ଦୃଷ୍ଟିକୋଣ ସହିତ ଜନଜାତୀୟ ଲୋକଙ୍କ ସଶକ୍ତିକରଣ ପାଇଁ ଦଳର ପ୍ରତିବଦ୍ଧତା ପ୍ରକାଶ କରିଥିଲେ । ଦଳର ବରିଷ୍ଠ ନେତା ଓ କର୍ମକର୍ତ୍ତାଙ୍କ ସହ ଶ୍ରୀମତୀ ଛୁରିଆ ସେଲଇବେଡା, ସୋସେଙ୍ଗ ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କୁ ଭେଟି କେବଳ ବିଜୁ ଜନତା ଦଳ ହିଁ ସ୍ଥାନୀୟ ଅଞ୍ଚଳର ବିକାଶ କରିପାରିବ ବୋଲି ଦୃଢ଼ତାର ସହ କହିଥିଲେ । ଏହି ଅବସରରେ ଖରିଆର ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ମୁରଳୀ ଭୋଇ, ମନ୍ଦାକିନୀ ବାଘେଲ, ସରସ୍ୱତୀ ବାଗ ଓ ସେଫାଲି ସଲମା ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking