ନୂଆଦିଲ୍ଲୀ : ଅଧିକାଂଶ ସମୟରେ ଆମେ ଜାଣିଛୁ ସାପ ଜମିରେ ଚାଲେ କିମ୍ବା ପାଣି ଭିତରେ ରୁହେ । ଆଉ କିଛି ସାପ ଅଛନ୍ତି ସେମାନଙ୍କ ଉଚ୍ଚତା ଅଧିକ ରହିଥା ଏ । ଯାହା ଛିଡା ହେବା ପରି ଲାଗିଥାଏ । ହେଲେ ଜଣେ ଆଇଏଫ ଏସ ଅଧିକାରୀ ଏକ ଭିଡିଓ ସେୟାର କରିଛନ୍ତି କହିଛନ୍ତି ଏତେ ବଡ ବିଶାଳ ସାପ ଯାହା ଗଛ ଠାରୁ ଉଚ୍ଚ ଏବଂ ଗଛକୁ ମଧ୍ୟ ଚଢିପାରୁଛି । ଏହି ଭିଡିଓ ଦେଖି ୟୁଜର୍ସ ମାନେ ମଧ୍ୟ ତାଜୁବ ହୋଇଯାଇଛନ୍ତି । ଯଦି ଆମେ ଦେଖିବା କିଙ୍ଗ କୋବ୍ରା ପାଖାପାଖି ୬ ଫୁଟ ଯାଏଁ ଛିଡା ହୋଇପାରିବ । ହେଲେ ଏହି ସାପକୁ ଦେଖିବା ପରେ ଆଶ୍ଚଯ୍ୟ ଲାଗୁଛି । ପାଖାପାଖି ୧୦ ଫୁଟ ଉଚ୍ଚ ଯାଏଁ ଛିଡା ହେବାର ନଜରରେ ଆସୁଛି । ଭିଡିଓରେ ଆପଣ ମଧ୍ୟ ଦେଖିପାରିବେ ଯେ ସାପଟି କିଭଳି ଧିରେ ଧିରେ ଗଛ ଉପରକୁ କିପରି ଚଡିବାକୁ ଲାଗିଛି । ଅନ୍ୟ ଜଣେ ୟୁଜର୍ସ କହିଛନ୍ତି ୭ ରୁ ୧୦ ଫୁଟ ଉଠାଇବା ସପ ପାଇଁ ଅସମ୍ଭବ । ବିଶ୍ୱାଲ କରିପାରୁ ନାହାଁନ୍ତି ଦଶକ ା କିଏ କହୁଛି ଏ ଆଇ ଭିଡିଓ ତ ଆଉ କିଏ କହୁଛି ଏପରି ଷ୍ଟଣ୍ଟ ଅଜଗର ମଧ୍ୟ କରିପାରିବ ନାହିଁ । ଅନ୍ୟ କେତେଜଣ ପ୍ରକୃତିର ପ୍ରଶଂସା କରିବାରେ ଲାଗିଛନ୍ତି ।
Another day in the wilderness of India💕
( so huge that fits into the record book) pic.twitter.com/2W9u81tCbP— Susanta Nanda (@susantananda3) December 26, 2024