32.1 C
Bhubaneswar
Saturday, October 19, 2024
Homeଓଡିଶାସୋଇଥିବା ଅବସ୍ଥାରେ କାମୁଡ଼ିଲା ସାପ: ବାପା ଝିଅ ମୃତ

ସୋଇଥିବା ଅବସ୍ଥାରେ କାମୁଡ଼ିଲା ସାପ: ବାପା ଝିଅ ମୃତ

ବୌଦ୍ଧ: ବୌଦ୍ଧ ଜିଲ୍ଲା ଚାରିଛକରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ସାପ କାମୁଡ଼ାରେ ବାପ ଝିଅଙ୍କର ମୃତ୍ୟୁ ହୋଇଥିବା ସୂଚନା । ଘରେ ଶୋଇଥିବା ବେଳେ ବାପା ସୁଶାନ୍ତ କହଁର ଓ ଝିଅ ଲିପି କହଁରଙ୍କୁ ସାପ କାମୁଡ଼ିଥିଲା। ସାପ କାମୁଡିବା ଜାଣି ବାପା ଚିତ୍କାର କରିଥିଲେ । ଚିତ୍କାର ଶୁଣି ପରିବାର ଲୋକେ ଓ ପଡ଼ୋଶୀ ତୁରନ୍ତ କନ୍ଧମାଳ ଜିଲ୍ଲା ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ବାପା ଓ ଝିଅଙ୍କୁ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ। ସୁଶାନ୍ତ କହଁର କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍ ଗୁମାଗଡ ଅଞ୍ଚଳରେ ଶିକ୍ଷକତା କରି ଘର ନେଇ ପରିବାର ସହିତ ରହୁଥିଲେ ବୋଲି ତାଙ୍କ ଭାଇ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking