ଭୁବନେଶ୍ୱର : ହୀରାକୁଦ ଜଳଭଣ୍ଡାରରେ ଫାଟ ପ୍ରସଙ୍ଗରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି । କହିଛନ୍ତି , ହୀରାକୁଦରେ ଅଳ୍ପ କିଛିଫାଟ ନଜରକୁ ଆସିଛି । କଂକ୍ରିଟର ଉପରି ଭାଗରେ କ୍ରାକ ଥିବା ଜଣାପଡିଛି । ସ୍ଥିତି ଅନୁଧ୍ୟାନ କରି ସିଏସଏମଆରଏସ ସଂସ୍ଥା ରିପୋର୍ଟ ଦେଇଛି । ଫାଟ ମରାମତି ପାଇଁ ଡିଆରଆଇ – ଆଇଆଇଆଇ ଅଧିନରେ ସର୍ଭେ କରାଯିବ । ଏଥିପାଇଁ କ୍ୟାବିନେଟ ସ୍ୱୀକୃତି ମିଳୁଛି ।










