18.1 C
Bhubaneswar
Sunday, February 8, 2026
Homeଓଡିଶାକିରମିରାସ୍ଥିତ ଇଏମଆରଏସରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜୁଏଲ୍ ଓରାମଙ୍କ ଦ୍ୱାରା ଦକ୍ଷତା ପ୍ରୟୋଗଶାଳା ଉଦଘାଟିତ

କିରମିରାସ୍ଥିତ ଇଏମଆରଏସରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜୁଏଲ୍ ଓରାମଙ୍କ ଦ୍ୱାରା ଦକ୍ଷତା ପ୍ରୟୋଗଶାଳା ଉଦଘାଟିତ

ଭୁବନେଶ୍ୱର: ଝାରସୁଗୁଡ଼ାସ୍ଥିତ କିରମିରାଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (ଇଏମଆରଏସ)ରେ ଦକ୍ଷତା ପ୍ରୟୋଗଶାଳା ଉଦଘାଟନ କରିଛନ୍ତି ମାନ୍ୟବର କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ୍ ଓରାମ । କୃଷି ଏବଂ ଅଟୋମୋଟିଭ୍ ବାଣିଜ୍ୟ ଉପରେ ପର୍ଯ୍ୟବେସିତ ଦକ୍ଷତା ପ୍ରୟୋଗଶାଳାକୁ ଉଦଘାଟନ କରାଯାଇଛି । ଏହି କାର୍ଯ୍ୟକ୍ରମ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଏକ ଭର୍ଚୁଆଲ୍ ସମ୍ମିଳନୀ ମାଧ୍ୟମରେ ୨୦୦ଟି ଇଏମଆରଏସ ଦକ୍ଷତା ପ୍ରୟୋଗଶାଳାର ଜାତୀୟ ଶୁଭାରମ୍ଭ ସହିତ ସମନ୍ୱୟ ରଖି ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ନଇଟିସ (National Education Society for Tribal Students) ର ଡେପୁଟି କମିଶନର ଶ୍ରୀମତୀ କୁମୁଦ ଖୁସୱା, ନଇଟିସର ପରାମର୍ଶଦାତା ଶ୍ରୀ ଟି.ଭି.ଏସ. ପ୍ରକାଶରାଓ, ଜିଲ୍ଲାପାଳ ଶ୍ରୀଯୁକ୍ତ କୁନାଲ ମୋତିରାମ ଚହ୍ଵାଣ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ତାଙ୍କ ଅଭିଭାଷଣରେ ଜନଜାତି ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶରେ ଦକ୍ଷତା ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ । ସେ ଇଏମଆରଏସ ଶିକ୍ଷାନୁଷ୍ଠାନଗୁଡ଼ିକରେ ଦକ୍ଷତା ପ୍ରୟୋଗଶାଳା ସ୍ଥାପନ ପାଇଁ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଥିଲେ, ଯାହା ଛାତ୍ରଛାତ୍ରୀମାନଙ୍କୁ ଶୈକ୍ଷିକ ଶିକ୍ଷା ସହିତ ବ୍ୟବହାରିକ ଜ୍ଞାନ ଏବଂ ବୃତ୍ତିଗତ ଦକ୍ଷତା ହାସଲ କରିବାକୁ ସକ୍ଷମ କରିପାରିବ । ଏଥିସହ କେନ୍ଦ୍ର ମନ୍ତ୍ରୀ ଶିକ୍ଷା, କ୍ରୀଡ଼ା ଏବଂ ସଂସ୍କୃତିରେ ଇଏମଆରଏସ ଛାତ୍ରଛାତ୍ରୀଙ୍କ ସଫଳତାକୁ ପ୍ରଶଂସା କରିଥିଲେ ଏବଂ ସେମାନଙ୍କୁ “ବଡ଼ ସ୍ୱପ୍ନ ଦେଖିବା ଏବଂ ଉଚ୍ଚ ଲକ୍ଷ୍ୟ ରଖିବା” ପାଇଁ ଆହ୍ବାନ କରିଥିଲେ । ଏଥିସହ ଶ୍ରୀ ଜୁଏଲ ଓରାମ୍ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking