ଭୁବନେଶ୍ବର: ମାଟି ତଳୁ ହାତୀ ‘ରାମୁ’ର କଙ୍କାଳ ଉଦ୍ଧାର କରାଯାଇଛି। ଭରତପୁର ଜଙ୍ଗଲରେ ମାଟି ତଳୁ ‘ରାମୁ’ର କଙ୍କାଳ ଉଦ୍ଧାର କରାଯାଇଛି। ଏହା ସହ ୨ଟି ଦାନ୍ତ ମଧ୍ୟ ଉଦ୍ଧାର କରାଯାଇଛି। ଗୋଟିଏର ଓଜନ ୪ କିଲୋ ଏବଂ ଅନ୍ୟଟିର ଅଢ଼େଇ କିଲୋ ଓଜନ ରହିଛି। ପ୍ରାଣୀବିଜ୍ଞାନୀଙ୍କ ନେତୃତ୍ବରେ ୨୫ ଜଣିଆ ଟିମ୍ ଦ୍ବାରା ହେଲା ଉଦ୍ଧାର। ଗୋଡ଼ିବାରି ପ୍ରକୃତିନିବାସରେ ସଂରକ୍ଷିତ ରହିବ ରାମୁ ହାତୀର କଙ୍କାଳ। ଗତବର୍ଷ ଅଗଷ୍ଟ ୧୯ରେ ବିଦ୍ୟୁତ ଆଘାତରେ ରାମୁର ମୃତ୍ୟୁ ହୋଇଥିଲା।










