ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ପୁଲିସକୁ ମିଳିଛି ବଡ଼ ସଫଳତା। ଏକ ଲୁଟେରା ଗ୍ୟାଙ୍ଗକୁ ଧରିବା ସହିତ ସେମାନଙ୍କ ଠାରୁ କୋଟିଏ ଟଙ୍କାର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି।
ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ପରଜଙ୍ଗ ଥାନା ଦୋମୁହାଁଣି ଗାଁର ବିଜୟ ପରିଡ଼ା, ସତ୍ୟବାନ ପ୍ରଧାନ, ବାଇଗିଣିଆର ଅଞ୍ଜନ ବେହେରା, କଙ୍କଡ଼ାହାଡ଼ ଥାନା କଣ୍ଟାପାଳର ବିରସା ବେହେରା, ତୁମୁସିଙ୍ଗା ଥାନା ମାଛିଆର କାହ୍ନୁ ନାଏକ ଏବଂ କାମାକ୍ଷାନଗର ଥାନା ବଡ଼ସୁଆଁଳୋ ଗାଁର ପ୍ରକାଶ ନାଏକ।
ଗିରଫ ଅଭିଯୁକ୍ତମାନେ ୨୦୨୨ ମସିହାରୁ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ବିଭିନ୍ନ ସ୍କୁଲ ଓ ପଞ୍ଚାୟତ ଅଫିସ ଗୁଡ଼ିକରୁ ଚୋରି କରୁଥିଲେ। ସେମାନଙ୍କ ନାଁରେ ପରଜଙ୍ଗ, କାମାକ୍ଷାନଗର, କଙ୍କଡ଼ାହାଡ଼, ତୁମୁସିଙ୍ଗା ଓ ରାସୋଳ ଥାନାରେ ମୋଟ ୬୪ଟି ମାମଲା ରହିଛି।










