17.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶମୃତ୍ୟୁର ୬ ମାସ ପରେ କଫିନ୍‌ରେ ଘରକୁ ଫେରିଲେ ଯବାନ

ମୃତ୍ୟୁର ୬ ମାସ ପରେ କଫିନ୍‌ରେ ଘରକୁ ଫେରିଲେ ଯବାନ

ନୂଆଦିଲ୍ଲୀ:ଉତ୍ତରପ୍ରଦେଶର ବାଙ୍କଟା ଗାଁର ବାସିନ୍ଦା କାନହୟା ଯାଦବ ରୁଷିଆକୁ ପ୍ରଥମେ ରୋଷେଇ କାମ କରିବାକୁ ଯାଇଥିଲେ ପରେ ସେନାରେ ଯୋଗ ଦେଇଥିଲେ ପ୍ରାୟ ୬ ମାସ ପରେ ମୃତ୍ୟୁ ଘଟିଥିବା ବେଳେ କଫିନ୍‌ରେ ଘରକୁ ଫେରିଛନ୍ତି । ଯାଦବ, ୪୧ ବର୍ଷ, ବୟସ ହୋଇଥିବ ବେଳେ ତାଙ୍କୁ ରୁଷ-ୟୁକ୍ରେନ ଯୁଦ୍ଧର ଆଗ ଧାଡ଼ିରେ ପଠାଯାଇଥିଲା, ଯେଉଁଠାରେ ସେ ଆହତ ହୋଇଥିଲେ। ଡାକ୍ତରଖାନାରେ ଜୀବନ ପାଇଁ ସଂଗ୍ରାମ କରିବା ପରେ ତାଙ୍କ ପରିବାର ଅନୁଯାୟୀ ୧୭ ଜୁନ୍ ରେ ତାଙ୍କର ମୃତ୍ୟୁ ହୋଇଥିଲା। ଶେଷରେ ତାଙ୍କର ମୃତଦେହକୁ ଏବେ ଘରକୁ ଫେରାଇ ଆଣିଥିବା ନେଇ ସୂଚନା ରହିଛି । ଯାଦବ ଏକ ଏଜେଣ୍ଟ ମାଧ୍ୟମରେ ୱାର୍କ ଭିସା ପାଇବା ପରେ ୧୬ ଜାନୁଆରୀରେ ରୁଷିଆର ସେଣ୍ଟ ପିଟର୍ସବର୍ଗକୁ ଯାଇଥିଲେ। ତାଙ୍କ ପତ୍ନୀ ଗୀତ କହିଛନ୍ତି ଯେ , “୯ ମେଁ ତାରିଖରେ ଯାଦବ ଆମକୁ ସୂଚନା ଦେଇଥିଲେ ଯେ ସେ ଯୁଦ୍ଧରେ ଆହତ ହୋଇଥିଲେ। ସେ ୨୫ ମେ ପର୍ଯ୍ୟନ୍ତ ଆମ ସହ ଯୋଗାଯୋଗ କରିଥିଲେ, କିନ୍ତୁ ଏହା ପରେ କୌଣସି ଯୋଗାଯୋଗ ହୋଇ ନଥିଲା।” ଡିସେମ୍ବର ୬ ରେ, ମସ୍କୋରେ ଥିବା ଭାରତୀୟ ଦୂତାବାସ ପରିବାର ଲୋକଙ୍କୁ ସୂଚନା ଦେଇଥିଲା ଯେ ଯାଦବଙ୍କର ୧୭ ଜୁନରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ତାଙ୍କର ମୃତ୍ୟୁ ଘଟିଛି। ଯାଦବଙ୍କ ମୃତଦେହକୁ ସୋମବାର ଅଣାଯାଇଥିଲା। ନାଏବ ତହସିଲଦାର ସଞ୍ଜୟ ରାୟଙ୍କ ସମେତ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ତାଙ୍କ ପରିବାର ସହିତ ବାରାଣାସୀର ବାବାଟପୁର ବିମାନବନ୍ଦରକୁ ଯାଇଥିଲେ ଯେଉଁଠାରେ ମୃତଦେହ ପହଞ୍ଚିଥିଲା। ବିମାନବନ୍ଦରରୁ ତାଙ୍କର ମୃତଦେହ ତାଙ୍କ ଗାଁକୁ ନିଆଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking