21.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶଦୂଷିତ ପାଣି ପିଇ ୬ ମାସ ଶିଶୁର ମୃତ୍ୟୁ

ଦୂଷିତ ପାଣି ପିଇ ୬ ମାସ ଶିଶୁର ମୃତ୍ୟୁ

ନୂଆଦିଲ୍ଲୀ: ମା କୋଳରୁ ପୁଅକୁ ଛଡାଇନେଲା ଦୂଷିତ ପାଣି । ପୁଅଟିଏ ପାଇଁ ବୋଲି ୧୦ ବର୍ଷ ଅପେକ୍ଷା କରିଥିଲା ମାଆ । ୧୦ ବର୍ଷ ପରେ ପୁଅଟି ଏ ହୋଇଥିଲା । ହେଲେ ଦଇବ ସେତିକି ବି ଛଡାଇ ନେଇଗଲା । ଇନ୍ଦୋରର ନାଇ ବସ୍ତି ଅଞ୍ଚଳର ମରାଠୀ ମୋହଲ୍ଲା ଅଞ୍ଚଳରେ ଦୂଷିତ ପାଣି ପିଇ ୬ ମାସ ଶିଶୁର ମୃତ୍ୟୁ ହୋଇଛି । ମୃତ ଶିଶୁର ମାଆଙ୍କ କହିବା ଅନୁସାରେ ଛୁଆଟି ପାଣି ପିଇବା ପରେ ହଠାତ ବାନ୍ତି, ଝାଡାରେ ପୀଡିତ ହେଲେ । ତାପରେ ତାଙ୍କୁ ଡାକ୍ତରଖାନାକୁ ନିାଯାଇଥିଲା । କିନ୍ତୁ ଡାକ୍ତରମାନେ ବଞ୍ଚାଇପାରିଲେ ନାହିଁ । ଆହୁରି ତାଙ୍କ ଅଭିଯୋଗ କରିଛନ୍ତି ଯେ, ଏହି ପାଣି ପାଇଁ ମୋ ଛୁଆର ଜୀବନ ଚାଲିଯାଇଛି । ଦୂଷିତ ପାଣି ମୋ ଛୁଆର ମୃତ୍ୟୁ ପାଇଁ ଦାୟୀ । ଯଦି ଏହା ଉପରେ ପ୍ରଶାସନ ଆଖି ଦୃଷ୍ଟି ନଦେବେ ତାହେଲେ ଅନେକ ଲୋକଙ୍କ ପ୍ରାଣ ଯିବ । ଦୂଶିତ ପାଣି ପିଇ ଅନେକ ଲୋକଙ୍କ ପ୍ରାଣ ଗଲାଣି । ରିପୋର୍ଟ ଅନୁଯାୟୀ, ଦୂଷିତ ପାଣି ଯୋଗୁଁ ଇନ୍ଦୋରରେ ପରିସ୍ଥିତି ଜଟିଳ ରହିଚି । ବର୍ତ୍ତମାନ ୨୭ଟି ହସ୍ପିଟାଲରେ ୧୪୯ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି । ସ୍ଥାନୀୟ ଲୋକ ତୁରନ୍ତ ସ୍ୱଚ୍ଛ ପାଣି ବ୍ୟବସ୍ଥା ଏବଂ ଦାୟୀ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking