ଭୁବନେଶ୍ୱର: ଭିଡ ନିୟନ୍ତ୍ରଣ ପାଇଁ ଏନଏଚଏଆଇର ବଡ ପଦକ୍ଷେପ । ପଳାଶୁଣୀରେ ହେବ ୬ ଲେନ ରାସ୍ତା । ୪ ଲେନ ବିଶିଷ୍ଟ ଏନଏଚ-୧୬କୁ ୬ ଲେନ ବିଶିଷ୍ଟ କରାଯିବ । ଏନେଇ ଏନଏଚଏଆଇ ଓଡିଶା ମୁଖ୍ୟ ବୀରେନ୍ଦ୍ର ସିଂ ସୂଚନା ଦେଇଛନ୍ତି । ୨୫ କୋଟି ଟଙ୍କାର ବ୍ୟୟବରାଦ ସହ ଦେଢ ବର୍ଷର କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।










