25.1 C
Bhubaneswar
Thursday, February 5, 2026
Homeଓଡିଶାଆଜି ୬ ଘଣ୍ଟିଆ ଚାନ୍ଦବାଲି ବନ୍ଦ

ଆଜି ୬ ଘଣ୍ଟିଆ ଚାନ୍ଦବାଲି ବନ୍ଦ

ଭଦ୍ରକ: ଭଦ୍ରକ ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ ବନ୍ଦ ଡାକରା । ଆଜି ୬ ଘଣ୍ଟା ପାଇଁ ଚାନ୍ଦବାଲି ବ୍ଲକ ବନ୍ଦ ଡାକରା ଦେଇଛି ବିଜେଡି ଓ କଂଗ୍ରେସ । ସକାଳ ୬ଟାରୁ ଦିନ ୧୨ଟା ଯାଏଁ ବନ୍ଦ ରହିବ । ସୂଚନାଥାଉ କି ଦିନକ ତଳେ ଚାନ୍ଦବାଲିରେ ଜଣେ ୧୦ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଉଲଗ୍ନ ଅବସ୍ଥାରେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହେବା ପରେ ଚାନ୍ଦବାଲିରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହାପରେ ଲୋକେ ସହରର ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ତା ପରେ ପୁଲିସ ଜଗତସିଂହପୁର ଜିଲାରୁ ମୁଖ୍ୟ ଅଭିଯୁକ୍ତ ବାବୁଲ ଦାସକୁ ଗିରଫ କରିଥିଲା। ଗିରଫ ପରେ ଉତ୍ତ୍ୟକ୍ତ ଲୋକେ ଅଭିଯୁକ୍ତର ଘର ଭଙ୍ଗାରୁଜା କରିଥିଲେ। ସେପଟେ ଚାନ୍ଦବାଲି ଘଟଣାରେ କଂଗ୍ରେସ ବି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ଏ ସରକାର ସମୟରେ ନାରୀ ନିର୍ଯାତନା ବଢିଥିବା ଅଭିଯୋଗ କରିଛି। କିନ୍ତୁ ପୋଲିସ ପ୍ରଶାସନ ନିରବ ରହିଥିବା ଦଳ କହିଛି। ପୀଡ଼ିତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ସାହାଯ୍ୟ ଦେବାକୁ କଂଗ୍ରେସ ଦାବି କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking