25.1 C
Bhubaneswar
Friday, March 6, 2026
Homeଦେଶ ବିଦେଶ୬ ଭଉଣୀଙ୍କୁ ବିବାହ କଲେ ୬ ଭାଇ

୬ ଭଉଣୀଙ୍କୁ ବିବାହ କଲେ ୬ ଭାଇ

ଇସ୍‌ଲାମବାଦ୍‌: ପାକିସ୍ତାନରେ ହୋଇଥିବା ଏକ ବିଚିତ୍ର ବିବାହର ଭିଡିଓ ଆଜିକାଲି ଖୁବ୍ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ଗୋଟିଏ ପରିବାରର ୬ ଜଣ ଉଭଣୀ ମିିଶି ଏକ ପରିବାରର ୬ ଭାଇଙ୍କୁ ବିବାହ କରିଥିବା ଦେଖିବାକୁ ମିଳିଛି। ୧୦୦ରୁ ଅଧିକ ଅତିଥିଙ୍କ ଉପସ୍ଥିତିରେ ଏହି ନିଆରା ବିବାହ ଆୟୋଜିତ ହୋଇଥିଲା। ଏହି ବିବାହରେ ନା କୌଣସି ପ୍ରକାରର ଯୌତୁକ ସାମିଲ୍‌ ହୋଇଛି ନା କୌଣସି ପ୍ରକାରର ଅଯଥା ଖର୍ଚ୍ଚ। କେବଳ ଏହି ବିବାହ ପାଇଁ ଉପର ୫ ଭାଇଙ୍କୁ ଦୀର୍ଘ ଦିନ ଧରି ଅପେକ୍ଷା କରିବାକୁ ପଡ଼ିଥିଲା। କାରଣ ସବୁଠାରୁ ସାନ ଭାଇ ଯିଏ ସେ ନାବାଳକ ଥିଲେ। ତାଙ୍କ ବିବାହ ହୋଇ ପାରନଥାନ୍ତା ବୋଲି ବାକି ୫ ଭାଇ ଯାକ ସେ ସାବାଳକ ହେବା ପର୍ଯ୍ୟନ୍ତ ଅପେକ୍ଷା କରି ରହିଲେ। ସବୁଠାରୁ ସାନ ଭାଇ ସାବାଳକ ହେବା ପରେ ୬ ଭଉଣୀଙ୍କୁ ୬ ଭାଇ ବିବାହ କରି ଚର୍ଚ୍ଚାର ପରିସର ଭିତରକୁ ଆସିଛନ୍ତି। ଛଅ ଭାଇ ଜଣ ଏକାସାଥିରେ ବିବାହ କରିବେ ବୋଲି ନିଷ୍ପତ୍ତି ଥିଲା ବଡ଼ ଭାଇଙ୍କର। ଆଜି କାଲି ବିବାହରେ ଅନେକ ଅଯଥା ଖର୍ଚ୍ଚ ହେଉଛି। ଯାହାକି ଆର୍ଥିକ ସ୍ଥିତିକୁ ଦୁର୍ବଳ କରି ପକାଉଛି। ସେହି କାରଣରୁ ଆର୍ଥିକ ଅଭାବ ଅନଟନର ସମ୍ମୁଖୀନ କରିବାକୁ ନପଡୁ ବୋଲି ଚିନ୍ତା କରି ୬ ଜଣ ଯାକ ଭାଇ ଏକା ସାଥିରେ ବିବାହ କରିବେ ବୋଲି ସ୍ଥିିର କରିଥିଲେ। ତା’ପରେ ସେମାନେ ଏପରି ଏକ ପରିବାରରେ ବନ୍ଧୁ ବାନ୍ଧିବାକୁ ଚାହିଁଲେ ଯେଉଁଠାରେ ୬ ଭଉଣୀ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking