ଭୁବନେଶ୍ୱର: ଲୋୟର ପିଏମଜିରେ ପୁଲିସ-କଂଗ୍ରେସ କର୍ମୀ ମୁହାଁମୁହିଁ । ଏନେଇ ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି । ୧୨ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ଗୋଟିଏ ଗାଡି ପୋଡିବାକୁ ଉଦ୍ୟମ ହୋଇଥିଲା । ଏନେଇ ତଦନ୍ତ କରାଯିବ କହିଛନ୍ତି । ବର୍ତ୍ତମାନ ସ୍ଥିତି ଆୟତ୍ତରେ ରହିଛି । ବ୍ୟାରିକେଡ ଭାଙ୍ଗିବାକୁ ଉଦ୍ୟମ କରିବାରୁ କାଯ୍ୟାନୁଷ୍ଠାନ ନିଆଯାଇଛି । ସୂଚନା ଅନୁସାରେ, ଆଜି ଲୋୟର ପିଏମଜିରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା । କଂଗ୍ରେସକର୍ମୀଙ୍କୁ ପୁଲିସର ଲାଠିଚାର୍ଜ କରିଛି । ପୁଲିସ ଉପରକୁ କଂଗ୍ରେସ କର୍ମୀ ପଥରମାଡ କରିଛନ୍ତି । ଚେୟାର ସହ ବୋତଲ ଫିଙ୍ଗିଛନ୍ତି କଂଗ୍ରେସ କର୍ମୀ । ଏହା ସହ ପାଣି ମାଡ ମଧ୍ୟ କରିଛନ୍ତି । ଲୋୟର ପିଏମଜିରେ ଉତ୍ତେଜନା ପରିସ୍ଥିତି ଉପୁଜିଛି । କଂଗ୍ରେସ କର୍ମୀଙ୍କ ଉପରକୁ ଟିୟର ଗ୍ୟାସ ମାଡ କରିବା ସହ ପାଣି ମାଡ କରିଛନ୍ତି ପୋଲିସ । ପ୍ରଥମ ବ୍ୟାରିକେଡ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି କଂଗ୍ରେସ କର୍ମୀ । ଲୋୟର ପିଏମଜିରେ ଧସ୍ତାଧସ୍ତି ହୋଇଛନ୍ତି । ବ୍ୟାରିକେଡ ଉପରେ ଚଢିଲେ କଂଗ୍ରେସ କର୍ମୀ । ସୂଚନା ଥାଉ କି, ନାରୀ ସୁରକ୍ଷା ପାଇଁ କଂଗ୍ରେସ ଆଜି ପ୍ରତିବାଦ କରିଛି ।