ନୂଆଦିଲ୍ଲୀ: ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣ । ପଶ୍ଚିମ ଏସିଆ ପ୍ରସଙ୍ଗରେ ସଂସଦରେ ଅଭିଭାଷଣ ରେ ମୋଦି କହିଛନ୍ତି, ପଶ୍ଚିମ ଏସିଆ ସ୍ଥିତି ଚିନ୍ତାଜନକ । ଯୁଦ୍ଧ ଦ୍ୱାରା ପ୍ରଭାବିତ ଦେଶମାନଙ୍କ ସହ ଭାରତର ବ୍ୟବସାୟ ଜଡିତ । ପ୍ରଭାବିତ ଦେଶମାନଙ୍କରେ ପ୍ରାୟ ୧ କୋଟି ଭାରତୀୟ ରହୁଛନ୍ତି । ଅନେକ ଭାରତୀୟ ନାବିକ ଗଭୀର ସମୁଦ୍ର ଭିତରେ ଫସି ରହିଛନ୍ତି । ଯୁଦ୍ଧ ଆରମ୍ଭ ପରଠାରୁ ସେଠାରେ ରହୁଥିବା ଭାରତୀୟଙ୍କୁ ସହାୟତା କରୁଛୁ । ୨୪ ଘଣ୍ଟିଆ ହେଲ୍ପ ଲାଇନ ବ୍ୟବସ୍ଥା ଖୋଲା ରହିଛି । ଯୁଦ୍ଧ ପରଠାରୁ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଆସିବା କଷ୍ଟକର ହୋଇଛି । ଏଥିପାଇଁ ଘରୋଇ ଏସପିଜିକୁ ସରକାର ଗୁରୁତ୍ୱ ଦେଇ ଆସିଛନ୍ତି । ପେଟ୍ରୋଲ , ଡିଜେଲ ଯୋଗାଣ ସ୍ୱାଭାବିକ ରହିଛି । ଭାରତ ଆଜିକା ଦିନରେ ୪୧ଟି ଦେଶରୁ ଏନର୍ଜି ଆମଦାନୀ କରୁଛି । ଭାରତ ସରକାର ଗଲ୍ଫ ସାମୁଦ୍ରିକ ଅଞ୍ଚଳ ଉପରେ ଧ୍ୟାନ ରଖିଛନ୍ତି । ଯୁଦ୍ଧର ପ୍ରଭାବ ସାରା ବିଶ୍ୱର ଅର୍ଥନୀତିକୁ ପ୍ରଭାବିତ କରିଛି । ଭାରତ ଉପରେ କମ ପ୍ରଭାବ ନେଇ ପ୍ରୟାସ ଜାରି ରହିଛି । ସରକାର ଏକ ଆନ୍ତଃମନ୍ତ୍ରିସ୍ତରୀୟ କମିଟି ଗଠନ କରି ନଜର ରଖିଛନ୍ତିା ଦେଶର କୃଷକଙ୍କୁ ଏହି ସଂକଟରୁ ରକ୍ଷା କରିବା ପାଇଁ କାର୍ଯ୍ୟ ଚାଲିଛି । ୟୁରିଆ ସାର ଦାମ ବିଶ୍ୱର ଅନ୍ୟ ଦେଶଠାରୁ କମ ରଖାଯାଇଛି । କୃଷକମାନଙ୍କୁ ୨୨ ଲକ୍ଷ ସୋଲାର ପମ୍ପ ବଣ୍ଟନ ହୋଇଛି । କୃଷକମାନଙ୍କ ପାଖରେ ପର୍ଯ୍ୟାପ୍ତ ଖାଦ୍ୟଶସ୍ୟ ମହଜୁଦ ରହିଛି ।










