29.4 C
Bhubaneswar
Sunday, May 18, 2025
Homeଦେଶ ବିଦେଶସ୍ଥିତିରେ ସୁଧାର: ଆଜିଠାରୁ ଖୋଲିବ ପଞ୍ଜାବ ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ

ସ୍ଥିତିରେ ସୁଧାର: ଆଜିଠାରୁ ଖୋଲିବ ପଞ୍ଜାବ ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ

ନୂଆଦିଲ୍ଲୀ: ଅସ୍ତ୍ରବିରତି ତଥା ସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ ଆଜିଠାରୁ ଖୋଲିବ ପଞ୍ଜାବ ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ ଓ ଶିକ୍ଷା ପ୍ରତିଷ୍ଠାନ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଶିକ୍ଷାମନ୍ତ୍ରୀ ହରଜୋତ ସିଂ ବୈନସ। ବିଶେଷ କରି ସୀମାରେ ଉତ୍ତେଜନା ପ୍ରକାଶ ପାଇବା ସହ ଭାରତ- ପାକିସ୍ତାନ ଆକ୍ରମଣ-ପ୍ରତିଆକ୍ରମଣ ପରେ ବନ୍ଦ ହୋଇଯାଇଥିଲା ଶିକ୍ଷାନୁଷ୍ଠାନ। ତେବ ସୀମାନ୍ତ ଅନ୍ତର୍ଗତ ଫିରୋଜପୁର, ପଠାନକୋଟ, ଅମୃତସର, ଗୁରୁଦାସପୁର ଆଦି ଜିଲ୍ଲାରେ ଶିକ୍ଷାନୁଷ୍ଠାନ ଆଜି ବନ୍ଦ ରହିବ। ସୀମାନ୍ତ ଜିଲ୍ଲା ଫାଜିଲକାରେ ଖୋଲିବ ସ୍କୁଲ। ଗତ ମେ ୮ରୁ ରାଜ୍ୟରେ ୩ ଦିନ ଲାଗି ବନ୍ଦ ଘୋଷଣା କରାଯାଇଥିଲା ଶିକ୍ଷା ପ୍ରତିଷ୍ଠାନ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking