19.1 C
Bhubaneswar
Saturday, December 13, 2025
Homeଓଡିଶା୨୮ରେ ଏସ୍‌ଆଇଟି ବୈଠକ; କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଜବତ ମାମଲାଗୁଡ଼ିକର ତଥ୍ୟ ଦେବାକୁ ଭିଜିଲାନ୍ସକୁ...

୨୮ରେ ଏସ୍‌ଆଇଟି ବୈଠକ; କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଜବତ ମାମଲାଗୁଡ଼ିକର ତଥ୍ୟ ଦେବାକୁ ଭିଜିଲାନ୍ସକୁ ଚିଠି

କଟକ:  ସ୍ପେଶାଲ ଇନ୍‌ଭେଷ୍ଟିଗେସନ୍ ଟିମ୍ (ଏସ୍‌ଆଇଟି)ର ଏକାଦଶ ବୈଠକ ଦୀର୍ଘ ୯ ମାସର ବ୍ୟବଧାନ ପରେ ବସିବାକୁ ଯାଉଛି । ଆସନ୍ତା୨୮ତାରିଖରେ କଟକ ତେଲେଙ୍ଗାବଜାରସ୍ଥିତ ଜଷ୍ଟିସ ଅରିଜିତ ପଶାୟତଙ୍କ ବାସଭବନରେ ହେବାକୁ ଥିବା ଏହି ବୈଠକରେ ଯୋଗଦେବାକୁ କଳାଧନ ରୋକିବା ଦିଗରେ କାର୍ଯ୍ୟ କରୁଥିବା ବିଭିନ୍ନ ତଦନ୍ତକାରୀ ସଂସ୍ଥାର ଉଚ୍ଚପଦସ୍ଥ ଅଧିକାରୀମାନଙ୍କୁ ଚିଠି କରାଯାଇଛି । କଳାଧନ ଗଚ୍ଛିତ ରଖିଥିବା କାରଣରୁ ଭିଜିଲାନ୍ସ ହାତରେ ଧରା ପଡ଼ିଥିବା ବିଭିନ୍ନ ସରକାରୀ ଓ ଅବସରପ୍ରାପ୍ତ ଅଧିକାରୀଙ୍କ ସଂପର୍କରେ ଏହି ବୈଠକରେ ଆଲୋଚନା କରାଯିବ । ବିଶେଷକରି କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଜବତ ହୋଇଥିବା ମାମଲାଗୁଡ଼ିକର ତଥ୍ୟ ପ୍ରଦାନ କରିବାକୁ ଓଡ଼ିଶା ଭିଜିଲାନ୍ସକୁ ଏସ୍‌ଆଇଟି ପକ୍ଷରୁ ଚିଠି କରାଯାଇଛି । ଏଥିସହିତ ଭିଜିଲାନ୍ସ ଡିଜି ନିଜେ ଏହି ବୈଠକରେ ଯୋଗଦେବାକୁ ମଧ୍ୟ ଚିଠିରେ ଉଲ୍ଲେଖ ରହିଥିବା ଜଣାପଡ଼ିଛି । ପୂର୍ବ ଭଳି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଆୟକର ବିଭାଗ, ଡାଇରେକ୍ଟ ଟ୍ୟାକ୍ସ ବିଭାଗ, ସେଣ୍ଟ୍ରାଲ ଏକ୍ସାଇଜ୍ ଓ କଷ୍ଟମ, ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ, ସିଟି ଜିଏସ୍‌ଟି, କ୍ରାଇମବ୍ରାଞ୍ଚ, ଭିଜିଲାନ୍ସ ଏବଂ ଓଡ଼ିଶା ପୁଲିସ ଆଦି ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଯୋଗଦେବେ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking