22.1 C
Bhubaneswar
Monday, March 23, 2026
Homeଓଡିଶାଜାତୀୟ ପ୍ରେସ ଦିବସ ଉପଲକ୍ଷେ “ଶିଶୁ ଟିଏ କୁ ଗଛ ଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ

ଜାତୀୟ ପ୍ରେସ ଦିବସ ଉପଲକ୍ଷେ “ଶିଶୁ ଟିଏ କୁ ଗଛ ଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡା: ରାୟଗଡା ଜିଲ୍ଲା ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ତରଫରୁ ଜାତୀୟ ପ୍ରେସ ଦିବସ ଉପଲକ୍ଷେ ପରିବେଶ ସୁରକ୍ଷା ନେଇ ଭିନ୍ନ ପ୍ରୟାସ “ଶିଶୁ ଟିଏ କୁ ଗଛ ଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାୟଗଡା ସହର ସ୍ଥିତ ଆର.ଏସ.ଇ.ଡବ୍ଲୁ.ସି. ପ୍ରାଥମିକ ବିଦ୍ୟାଳୟର ପ୍ରାୟ ୨୦ ଜଣ ଛାତ୍ରଛାତ୍ରୀଙ୍କୁ ଗୋଟିଏ କରି ଚାରା ବଣ୍ଟନ କରିବା ସହ ଏହାର ଯତ୍ନ ନେବା ବିଷୟରେ ସଚେତନତା କରାଯାଇଛି।ବର୍ତ୍ତମାନ ବୃକ୍ଷ କଟା, ଜଙ୍ଗଲ ନଷ୍ଟ, କଲକାରଖାନା ଓ ରାସ୍ତା ପ୍ରଶସ୍ତିକରଣ ଫଳରେ ପରିବେଶ ଦୂଷିତ ହେଉଛି ।ଏହାକୁ ରୋକିବା ପାଇଁ ସମସ୍ତେ ସଚେତନ ହେବା ସହ ବ୍ୟାପକ ଵୃକ୍ଷ ରୋପଣ ର ଆବଶ୍ୟକ ବୋଲି ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ତରଫରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି ।ଆଗାମୀ ଦିନରେ ଜିଲ୍ଲାର ପ୍ରତ୍ୟେକ ବିଦ୍ୟାଳୟ ସହ ବିଭିନ୍ନ ସ୍ଥାନ ରେ ଏହିଭଳି ପରିବେଶ ସଚେତନ ଅଭିୟାନ ଚାଲିବ ବୋଲି ସଙ୍ଘ ର ସଭାପତି ଦୟାନନ୍ଦ ଖାଡ଼ଙ୍ଗା ପ୍ରକାଶ କରିଛନ୍ତି।ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦାଶ, ଉତ୍କଳ ଆଲୁମିନାର ପି.ଆର.ଓ ଅମଜାଦ ଅଲ୍ଲୀ ପରିବେଶ ଉପରେ ଛାତ୍ର ଛାତ୍ରୀ ଙ୍କୁ ସଚେତନ କରିଥିଲେ ।ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟା ରାଣୀ ମିଶ୍ର ଓ ଶିକ୍ଷକମାନେ, ଉତ୍କଳ ମିଡିଆ ସାମ୍ବାଦିକ ସଙ୍ଘ ର ସମ୍ପାଦକ ମନୋଜ ସାହୁ, ଉପଦେଷ୍ଟା କେ. କ୍ରିଷ୍ଣାମୂର୍ତ୍ତି,ଉପ ସଭାପତି ସନ୍ତୋଷ ଲମତା,ସଭ୍ୟ ବିଭୁ ଶତପଥି, ବି.ଶ୍ରାବଣା ଓ ରୋହିତ ଜେନା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଲନା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking