ଭୁବନେଶ୍ୱର: ମକଡ୍ରିଲ ନେଇ ଅଗ୍ନିଶମ ଡିଜିଙ୍କ ପ୍ରତିକ୍ରିୟା । କାଲି ଅପରାହ୍ନ ୪ଟାରେ ବାଜିବ ମକଡ୍ରିଲ ସାଇରନ । ସୂଚନା ଦେଲେ ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀ । କାଲିଠୁ ପର୍ଯ୍ୟାୟ କ୍ରମେ ସପ୍ତାହେ ଧରି କାର୍ଯ୍ୟକ୍ରମ ଚାଲିବ । କାଲି ଉପକୂଳବର୍ତ୍ତୀ ଜିଲ୍ଲା, ସହରାଞ୍ଚଳରେ ହେବ ମକଡ୍ରିଲ । ଶତ୍ରୁ ପକ୍ଷ ବିମାନ ଆକ୍ରମଣ କଲେ କ’ଣ କରାଯିବ ଜଣାଇ ଦିଆଯିବ । ପ୍ରାୟ ୫ ମିନିଟ୍ ଧରି ସାଇରନ୍ ବାଜିବ, ମକଡ୍ରିଲ ଆରମ୍ଭ ହେବ । ପୁଣି ସାଇରନ ବାଜିଲେ ମକଡ୍ରିଲ ସରିଲା ବୋଲି ଜଣାଇ ଦିଆଯିବ । ସାଧାରଣତଃ କଂକ୍ରିଟ ଛାତ ତଳେ ରହିବାକୁ ପରାମର୍ଶ ଦିଆଯିବ । ବସ୍ତି ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଯୋଜନା ହେବ । ଜେନିଭା ଚୁକ୍ତି ଅନୁଯାୟୀ ବେସାମରିକ ଅଞ୍ଚଳରେ ଆକ୍ରମଣ ମନା । ରେଡକ୍ରସ ଉପରେ ମଧ୍ୟ ଜେନିଭା ଚୁକ୍ତି ଅନୁସାରେ ଆକ୍ରମଣ ମନା । ଓଡିଶାର ୧୨ଟି ଜିଲ୍ଲାରେ ଏହି ମକଡ୍ରିଲ ପାଇଁ ସାଇରନ ବାଜିବ । ବାତ୍ୟା, ବନ୍ୟା ଆଶ୍ରୟସ୍ଥଳୀରେ ଥିବା ସାଇରନ ମଧ୍ୟ ବାଜିବ ।
ଆସନ୍ତାକାଲି ଦେଶର ୨୪୪ ଜିଲ୍ଲାରେ ହେବ ମକଡ୍ରିଲ । ଓଡିଶାର ୧୨ଟି ସ୍ଥାନରେ ହେବ ମକ୍ଡ୍ରିଲ । ତାଳଚେର, ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର, ଗୋପାଳପୁର, ହୀରାକୁଦ, ପାରାଦୀପ, ରାଉରକେଲା, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର ଓ କେନ୍ଦ୍ରାପଡାରେ ହେବ ମକଡ୍ରିଲ । ମକଡ୍ରିଲ ନେଇ ନିର୍ଦ୍ଦେଶ ଦେଇଥିଲେ ଗୃହ ମନ୍ତ୍ରାଳୟ ।