ଭୁବନେଶ୍ୱର : ଝାରପଡା ଜେଲରେ ହଠାତ ବାଜିଲା ସାଇରନ । କଏଦୀଙ୍କ ଗଣ୍ଡଗୋଳ ପରେ ସାଇରନ ବାଜିଲା । କଏଦୀଙ୍କ ଭିତରେ ଗୋଷ୍ଠୀ ସଂଘର୍ଷ ପାଇଁ ସାଇରନ ବାଜିଛି । ପାଟିତୁଣ୍ଡ ପରେ ସାଇରନ ବଜାଇଲେ ଜେଲ କର୍ମଚାରୀ । ଜେଲ ଫ୍ୱାଛ୍ମେନ ଅଟକାଇବାରୁ ତାଙ୍କୁ ମାଡ ମାରି ଗୁରୁତର କରିଛନ୍ତି କଏଦୀ । ଜେଲରଙ୍କୁ ତିନି ଜଣ କଏଦୀ ଆକ୍ରମଣ କରିଥିଲେ । ବ୍ଲେଡରେ ଜେଲରଙ୍କ ହାତ କାଟିଦେଇଥିଲେ କଏଦୀ । । ହାର୍ଡକୋର କଏଦୀ ନାରଣ ଏବଂ କିଶନ ଗୋଷ୍ଟୀ ମଧ୍ୟରେ ସଂଘର୍ଷ ହୋଇଥିବା ଅଭିଯୋଗ ହୋଇଛି । ଯେଉଁଥିପାଇଁ ଝାରପଡା ଜେଲରେ ସକାଳୁ ସାଇରନ ବାୁଥିବାର ଜଣାପଡିଛି । ଖବର ଶୁଣି ତୁରନ୍ତ ଘଟଣା ସ୍ଥଳରେ ଲକ୍ଷ୍ମୀସାଗର ପୋଲିସ ପହଞ୍ଚିଛନ୍ତି । ପୋଲିସ ଏହାର ତଦନ୍ତ କରୁଛି ।