29.1 C
Bhubaneswar
Friday, February 6, 2026
Homeଦେଶ ବିଦେଶତେଲେଙ୍ଗାନାରୁ ରାଜ୍ୟସଭା ଯିବେ ସିଂଘ୍‌ଭି

ତେଲେଙ୍ଗାନାରୁ ରାଜ୍ୟସଭା ଯିବେ ସିଂଘ୍‌ଭି

ନୂଆଦିଲ୍ଲୀ:  ଆଗକୁ ରାଜ୍ୟସଭା ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ରାଜନୈତିକ ଦଳଗୁଡ଼ିକ କାହାକୁ ରାଜ୍ୟସଭାକୁ ପଠାଇବେ ସେନେଇ ପ୍ରସ୍ତୁତି କରିଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁ ସିଂଘ୍‌ଭି ସୋମବାର ତେଲେଙ୍ଗାନାରୁ ଦଳୀୟ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ତାଙ୍କ ସହ ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡୀ ଏବଂ ଏଆଇସିସି ପ୍ରଭାରୀ ଦୀପାଦାସ ମୁନ୍‌ସୀ ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରକାଶ, ରବିବାର ରାତିରେ ତେଲେଙ୍ଗାନାରେ ଶାସକ କଂଗ୍ରେସ ବିଧାନସଭା ପାର୍ଟି (ସିଏଲପି) ରାଜ୍ୟସଭା ଉପ-ନିର୍ବାଚନ ପାଇଁ ସିଂଘ୍‌ଭିଙ୍କ ପ୍ରାର୍ଥୀପତ୍ରକୁ ସମର୍ଥନ କରିଥିଲେ । ହାଇଦ୍ରାବାଦରେ ଏକ ବିଧାୟକ ଦଳ ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସ ସଭାପତି ରେବନ୍ତ ରେଡ୍ଡୀ କହିଛନ୍ତି ଯେ, ସିଂଘ୍‌ଭିଙ୍କ ସଂସଦ ସହ କୋର୍ଟରେ ମଧ୍ୟ ତେଲେଙ୍ଗାନାର ଚିନ୍ତା ଏବଂ ସମସ୍ୟାକୁ ଆଲୋକିତ କରିବାରେ ସହାୟକ ହେବେ । ଅନ୍ୟପକ୍ଷେ ସିଂଘ୍‌ଭି ତେଲେଙ୍ଗାନାରେ ରାଜ୍ୟସଭା ଉପ-ନିର୍ବାଚନ ପାଇଁ ଦଳର ପ୍ରାର୍ଥୀ ଭାବେ ନାମିତ ହେବା ତାଙ୍କ ପାଇଁ ସମ୍ମାନର ବିଷୟ ବୋଲି କହିଛନ୍ତି । ପ୍ରକାଶ, କେ କେଶବ ରାଓ ଭାରତ ରାଷ୍ଟ୍ର ସମିତି (ବିଆରଏସ) ଛାଡି କଂଗ୍ରେସରେ ଯୋଗଦେବା ପରେ ଏବଂ ରାଜ୍ୟସଭାରୁ ଇସ୍ତଫା ଦେବା ପରେ ଏହି ଆସନରେ ଉପ-ନିର୍ବାଚନ ହେବାକୁ ଯାଉଛି । ଉଲ୍ଲେଖଯୋଗ୍ୟ, ୧୧୯ ସଦସ୍ୟ ବିଶିଷ୍ଟ ତେଲେଙ୍ଗାନା ବିଧାନସଭାରେ କଂଗ୍ରେସର ୬୫ ଜଣ ବିଧାୟକ ଅଛନ୍ତି । ଗତ ବର୍ଷର ବିଧାନସଭା ନିର୍ବାଚନ ପରେ ପ୍ରାୟ ୧୦ଜଣ ବିଆରଏସ ବିଧାୟକ ଦଳ ଛାଡି କଂଗ୍ରେସରେ ଯୋଗ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking