13.1 C
Bhubaneswar
Monday, December 15, 2025
Homeଦେଶ ବିଦେଶ'ସିନ୍ଦୂର' ଅଭିଯାନ ଚାଲୁ ଅଛି : ରାଜନାଥ ସିଂହ

‘ସିନ୍ଦୂର’ ଅଭିଯାନ ଚାଲୁ ଅଛି : ରାଜନାଥ ସିଂହ

ନୂଆଦିଲ୍ଲୀ : ଭାରତୀୟ ସେନାର ଅପରେସନ ସିନ୍ଦୂର ଏବେ ମଧ୍ୟ ଜାରି ରହିଛି ଏବଂ ପାକିସ୍ତାନ ଉପରେ ମିସାଇଲ ଆକ୍ରମଣର ତୀବ୍ରତା ଆହୁରି ବୃଦ୍ଧି ପାଇବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଘୋଷଣା କରିଛନ୍ତି। ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ସ୍ୱରୂପ ଭାରତ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀରରେ ଆତଙ୍କବାଦୀଙ୍କ ଅଡ୍ଡା ଉପରେ ଲଗାତାର ମିସାଇଲ ଆକ୍ରମଣ କରୁଛି। ଏହି ଅଭିଯାନରେ ଜୈଶ-ଏ-ମହମ୍ମଦ ଏବଂ ଲସ୍କର-ଏ-ତୈୟବା ପରି ଆତଙ୍କବାଦୀ ସଂଗଠନଙ୍କ ଅନେକ ଠିକଣା ଧ୍ୱଂସ କରାଯାଇଛି।

ରାଜନାଥ ସିଂହ ସର୍ବଦଳୀୟ ବୈଠକ ପରେ ଗଣମାଧ୍ୟମକୁ କହିଛନ୍ତି, “ଆମେ ଆତଙ୍କବାଦକୁ କୌଣସି ମୂଲ୍ୟରେ ବରଦାସ୍ତ କରିବୁ ନାହିଁ। ପାକିସ୍ତାନ ଯଦି ଭାରତକୁ ପରମାଣୁ ଆକ୍ରମଣର ଧମକ ଦେଉଛି, ତେବେ ଆମେ ମଧ୍ୟ ତା’ର ଜବାବ ଦେବା ପାଇଁ ପ୍ରସ୍ତୁତ। ଅପରେସନ ସିନ୍ଦୂର କେବଳ ଆରମ୍ଭ, ଆଗକୁ ଆମର କାର୍ଯ୍ୟାନୁଷ୍ଠାନ ଆହୁରି କଠୋର ହେବ।” ସୂଚନାଯୋଗ୍ୟ, ପାକିସ୍ତାନ ଲଗାତାର ଭାରତକୁ ପରମାଣୁ ଆକ୍ରମଣର ଧମକ ଦେଉଛି, ଯାହା ଦୁଇ ଦେଶ ମଧ୍ୟରେ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି। ତେବେ, ଭାରତର ଏହି ଦୃଢ଼ ପଦକ୍ଷେପ ପାକିସ୍ତାନକୁ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛି ଯେ ଆତଙ୍କବାଦୀ କାର୍ଯ୍ୟକଳାପକୁ କୌଣସି ଅବସ୍ଥାରେ ସହ୍ୟ କରାଯିବ ନାହିଁ। ଏହି ଅଭିଯାନରେ ଭାରତୀ ସେନାର ଉନ୍ନତ ମିସାଇଲ ତଥା ଡ୍ରୋନ ଟେକ୍ନୋଲୋଜିର ବ୍ୟବହାର କରାଯାଉଛି, ଯାହା ଆତଙ୍କବାଦୀ ଅଡ୍ଡାକୁ ନିର୍ଦ୍ଦିଷ୍ଟ ଭାବେ ଟାର୍ଗେଟ କରୁଛି। ସେନା ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଏହି ଅପରେସନରେ ଅନେକ ବରିଷ୍ଠ ଆତଙ୍କବାଦୀ ନେତା ମଧ୍ୟ ନିହତ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking