ଭୁବନେଶ୍ୱର: ସିମ୍ ବକ୍ସର ଚେର ଖୋଜି ଖୋଜି ଝାଡ଼ଖଣ୍ଡରେ କମିଶନରେଟ୍ ପୋଲିସ୍ । ଝାଡ଼ଖଣ୍ଡ ରାଞ୍ଚିରେ ଆଉ ଏକ ଘରେ ସିମ୍ ବକ୍ସ ଲଗାଇଥିବା ରାଜୁ ମଣ୍ଡଳ ପୋଲିସକୁ ସୂଚନା ଦେବା ପରେ ତାକୁ ସାଙ୍ଗରେ ଧରି ୨ଟି ଟିମ୍ ରାଞ୍ଚିରେ ପହଞ୍ଚିଛି । ଅଭିଯୁକ୍ତ ରାଜୁ ମଣ୍ଡଳକୁ ନେଇ ରାଞ୍ଚିରେ ପହଞ୍ଚିଛି ସ୍ପେଶାଲ୍ ସ୍କ୍ୱାଡ୍। ସିମ୍ ବକ୍ସ ଆତଙ୍କୀ ଲିଙ୍କର ଖୋଲୁଛି ଗୁମର । ସୂଚନା ଅନୁଯାୟୀ, ଭୁବନେଶ୍ବର, କଟକ ପରେ ରାଞ୍ଚିରେ ସିମ୍ବକ୍ସ ତଥ୍ୟ ପରେ ଆରମ୍ଭ ହୋଇଛି ଛାନଭିନ୍। ତେବେ ଆତଙ୍କୀ ଲିଙ୍କ ଥିବା ନେଇ ରାଜୁ ମଣ୍ଡଳକୁ ୫ ଦିନିଆ ରିମାଣ୍ଡରେ ଆଣି ଜେରା କରୁଛି କମିଶନରେଟ୍ ପୋଲିସ। ମାଷ୍ଟରମାଇଣ୍ଡ ଅସଦୂରକୁ ଧରିବାକୁ ଇଣ୍ଟରପୋଲ ସହାୟତା ନିଆଯାଇଛି। ଆତଙ୍କବାଦୀ ଲିଙ୍କ୍ ସନ୍ଦେହରେ ଭୁବନେଶ୍ବରରେ ଏନଆଇଏ ମଧ୍ୟ ପହଞ୍ଚିଥିବା ସୂଚନା ମିଳିଛି। ଭୁବନେଶ୍ବର ଓ କଟକରୁ ୧୨ଟି ସିମ୍ ବକ୍ସ ଜବତ କଲାଣି ପୋଲିସ।