18.1 C
Bhubaneswar
Wednesday, February 4, 2026
Homeଓଡିଶାକବି ଅନନ୍ତ ସ୍ମୃତି ପାଠାଗାରର ରୌପ୍ୟ ଜୟନ୍ତୀ ପାଳନ

କବି ଅନନ୍ତ ସ୍ମୃତି ପାଠାଗାରର ରୌପ୍ୟ ଜୟନ୍ତୀ ପାଳନ

ଯାଜପୁର: ଦଶରଥପୁର ବ୍ଲକ ମଙ୍ଗଳପୁର ବଜାର ସ୍ଥିତ କବି ଅନନ୍ତ ସ୍ମୃତି ପାଠାଗାର ଓ ସାଂସ୍କୃତିକ ପରିଷଦର ରୌପ୍ୟ ଜୟନ୍ତୀ ଓ ସାରସ୍ୱତ ସମ୍ମାନ ସମାରୋହ ଆଜି ସ୍ଥାନୀୟ ବିଜୁକଲ୍ୟାଣ ମଣ୍ଡପ ଥାଲକୁଡ଼ି ଠାରେ ଅନୁଷ୍ଠିତ ହୋଇଯାଇଛି। ବିଜୟକୃଷ୍ଣ ନାୟକଙ୍କ ସଭାପତିତ୍ୱରେ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ରୂପେ ବାଲକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଶିଶୁ ସାହିତ୍ୟିକ ଡ଼ଃ ରାଜକିଶୋର ପାଢ଼ୀ, ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ଡ଼ଃ ହୃଷିକେଶ ମଲ୍ଲିକ,ବିଜ୍ଞାନ ଏକାଡେମୀ ପୁରସ୍କୃତ କୃଷିକବି ଅରୁଣ କୁମାର ପାତ୍ର,ବିଶିଷ୍ଟ ସାହିତ୍ୟିକ ଶଶଧର ମେଦିନି ସିଂ ମହାପାତ୍ର, ଡ଼ଃ ଶ୍ରୀହରି ଧଳ,ଥାଲକୁଡି ପଞ୍ଚାୟତ ସରପଞ୍ଚ ଗୀତାଞ୍ଜଳି ସେଠୀ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟର ଉନ୍ନତି ତଥା ପ୍ରଗତି ପାଇଁ ସମସ୍ତେ ଚେଷ୍ଟା କରିବା ଆବଶ୍ୟକ ବୋଲି କହିବା ସହ ନିଜସ୍ୱ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନ ପକ୍ଷରୁ ଏକ ସାମାଜିକ ସଚେତନଧର୍ମୀ କ୍ଷୁଦ୍ର ନାଟକ “ପ୍ରାୟଶ୍ଚିତ” ମଞ୍ଚସ୍ଥ ହୋଇଥିଲା। ପରେ ବିଭିନ୍ନ ପ୍ରତିଭାବାନ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ପାଠାଗାର ର ସ୍ମରଣିକା “ମଙ୍ଗଳାୟନ” ଓ ଅନ୍ୟ ଲେଖକ ମାନଙ୍କ ପୁସ୍ତକ ଉନ୍ମୋଚିତ ହୋଇଥିଲା। ସେହିପରି ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଶଶୀକାନ୍ତ ନାୟକ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ଶ୍ରୀ ଅନୀଲ କୁମାର ମଲ୍ଲିକ ମଞ୍ଚ ପରିଚାଳନା କରିଥିଲେ। ପାଠାଗାର ର ସମସ୍ତ ସଭ୍ୟ ଓ କାର୍ଯ୍ୟକାରୀ ସଭ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking