29.1 C
Bhubaneswar
Monday, June 9, 2025
Homeଓଡିଶାସିକ୍କିମ ଦୁର୍ଘଟଣା: ଏବେ ବି ଓଡ଼ିଆ ପର୍ଯ୍ୟଟକ ନିଖୋଜ

ସିକ୍କିମ ଦୁର୍ଘଟଣା: ଏବେ ବି ଓଡ଼ିଆ ପର୍ଯ୍ୟଟକ ନିଖୋଜ

ଯାଜପୁର: ସିକ୍କିମ ଦୁର୍ଘଟଣା ଏଯାଏଁ ନିଖୋଜ ଓଡିଆ ପର୍ଯ୍ୟଟକଙ୍କ ପତ୍ତା ମିଳୁନି । ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ନେତ୍ରୀ ଇତିଶ୍ରୀ ଜେନାଙ୍କ ସମେତ ପରିବାରର ୪ ଜଣ ନିଖୋଜଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରାଯାଉଛି । ଏନଡିଆରଏଫ ଟିମ ଉଦ୍ଧାର କାଯ୍ୟରେ ସାମିଲ ଅଛନ୍ତି । ଇତିଶ୍ରୀଙ୍କ ସହ ତାଙ୍କ ବଡ ପୁଅ, ଭାଇଭାଉଜ ନିଖୋଜ ରହିଛନ୍ତି । ଯାଜପୁର ରୋଡ୍‌ ବ୍ୟାସନଗର ଉମାପଦା ଗାଁର ଇତିଶ୍ରୀ ଜେନା, ତାଙ୍କ ବଡ଼ପୁଅ ସାହିଲ, ଇତିଶ୍ରୀଙ୍କ ସାନଭାଇ ଅଜିତ ଓ ଭାଉଜ ସୁନିତା ନିଖୋଜ ଅଛନ୍ତି । ଗତ ୨୫ ତାରିଖରେ ଇତିଶ୍ରୀଙ୍କ ସମେତ ତାଙ୍କର ଦୁଇ ପୁଅ, ପୁତୁରା, ବଡ଼ଭାଇ, ଭାଉଜ, ଝିଆରୀ, ସାନଭାଇ ଓ ଭାଉଜ ସିକ୍କିମ୍‌ ର ଗାଙ୍ଗଟକ୍‌କୁ ବୁଲିବାକୁ ଯାଇଥିଲେ । ସମସ୍ତେ ଏକ ହିଲ୍‌ଟପ୍‌କୁ ଯାଇ ସେଠାରୁ ଦୁଇଟି ଗାଡ଼ିରେ ଆଗପଛ ହୋଇ ଫେରୁଥିଲେ । ବଡ଼ଭାଇ ଶିଶିରଙ୍କ ପରିବାର ଅନ୍ୟ ଏକ ଗାଡ଼ିରେ ସୁରକ୍ଷିତ ଭାବେ ଫେରିଥିଲେ । ମାତ୍ର ଇତିଶ୍ରୀ, ଦୁଇପୁଅ, ସାନଭାଇ, ଭାଉଜ ଓ ପୁତୁରା ଥିବା ଗାଡ଼ିଟି ଆଉ ଫେରିନଥିଲା । ଖୋଜ୍‌ଖବର ନେବାରୁ ଗାଡ଼ିଟି ମୁନ୍‌ସିଥାଙ୍ଗ୍‌ ନିକଟରେ ଭାରସାମ୍ୟ ହରାଇ ହଜାରେ ଫୁଟ ତଳକୁ ଖସିପଡ଼ିବା ସହ ତିସ୍ତା ନଦୀ ଗର୍ଭକୁ ଚାଲିଯାଇଥିବା ଜଣାପଡ଼ିଥିଲା ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking