17.1 C
Bhubaneswar
Sunday, February 8, 2026
Homeଓଡିଶାଭୋଟ ଚୋର ଗାଦି ଛାଡ଼ ପାଇଁ ସ୍ୱାକ୍ଷର କାର୍ଯ୍ୟକ୍ରମ ଆରମ୍ଭ

ଭୋଟ ଚୋର ଗାଦି ଛାଡ଼ ପାଇଁ ସ୍ୱାକ୍ଷର କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର: ଭାରତୀୟ ଯୁବ ମାନସର ପ୍ରତୀକ ତଥା ସଂସଦର ବିରୋଧି ଦଳ ନେତା ଶ୍ରୀ ରାହୁଲ ଗାନ୍ଧୀ ଉଠାଇଥିବା ଭୋଟ ଚୋର ଗାଦି ଛାଡ଼ ବିଷୟକୁ ଓଡ଼ିଶାର ପ୍ରତ୍ୟେକ ଦ୍ୱାରରେ ପହଞ୍ଚାଇବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସଙ୍କ ପରାମର୍ଶକ୍ରମେ ଓଡ଼ିଶା ପ୍ରଦେଶ ଅନୁସୂଚିତ ଜାତି ବିଭାଗ ଆଜି କଂଗ୍ରେସ ଭବନ ଠାରେ ଦସ୍ତଖତ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଅଛି । ଏହି ଦସ୍ତଖତ କାର୍ଯ୍ୟକ୍ରମ ଓଡ଼ିଶା ପ୍ରଦେଶ ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ଆଇନଜୀବି ମାନସ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଦାସ ଭୋଟର ତାଲିକାରେ ଅନିୟମିତତା କରି ମୋଦି ସରକାର ଏବଂ ମୋହନ ସରକାର କ୍ଷମତାକୁ ଆସଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ରାମଚନ୍ଦ୍ର କାଡାମ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଦେଶରେ ଏବଂ ରାଜ୍ୟରେ ଏକ ନିର୍ବାଚିତ ସରକାର ନୁହେଁ ବରଂ ବର୍ତ୍ତମାନ ଏକ ଭୋଟ ଲୁଣ୍ଠନକାରୀ ସରକାର କ୍ଷମତାରେ ଅଛି ବୋଲି ମତପ୍ରକାଶ କରିଥିଲେ । ଭୋଟ ଚୋରି ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବାପାଇଁ ପ୍ରଦେଶ ଅନୁସୂଚିତ ଜାତି ବିଭାଗ ପଂଚାୟତ ସ୍ତରକୁ ଯିବ ଏବଂ ସାଧାରଣ ଲୋକଙ୍କୁ ସଚେତନ କରାଇବ ବୋଲି ବିଭାଗ ଅଧ୍ୟକ୍ଷ ଆଇନଜୀବି ମଲ୍ଲିକ ମତପ୍ରକାଶ କରିଥିଲେ ।

ଉକ୍ତ ବିଷୟକୁ ନେଇ ଓଡ଼ିଶାର ୧୧ଟି ଜନବହୁଳ ସହରରେ ଆଗାମୀ ଦିନରେ ଏକା ସାଙ୍ଗରେ ସାମ୍ବାଦିକ ସମ୍ମିଳନୀ କରାଯିବ ବୋଲି ଆଇନଜୀବି ମଲ୍ଲିକ ମତପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭାଗର ଉପାଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ଉପାଧ୍ୟକ୍ଷ ଅଶୋକ ନାୟକ, ଜାନକୀ ମଲ୍ଲିକ, ଏଲ ମାଣିକପ୍ରଭା, ଭୋକାଲି ସେଠୀ, ସାଧାରଣ ସମ୍ପାଦକ ରାଜେନ୍ଦ୍ର ଜେନା, ରାମଲାଲ ସୁନାନି, ଶିବପ୍ରକାଶ ବେହେରା, ସୁଦର୍ଶନ ଜେନା, ହରିହର ମଣ୍ଡଳ, ଗୋବିନ୍ଦ ନାୟକ, ଆଶିଷ ମଲ୍ଲିକ, ଦେବବ୍ରତ ବେହେରା, କୈଳାସ ନାୟକ, ବାବୁଲି ମଲ୍ଲିକ, ଖୋର୍ଦ୍ଧା ଜିଲ୍ଲା ଅଧ୍ୟକ୍ଷ ଜୟନ୍ତ ଭୋଇ, ଢ଼େଙ୍କାନାଳ ଜିଲ୍ଲା ଅଧ୍ୟକ୍ଷ ଗୋବର୍ଦ୍ଧନ ଶେଖର ନାୟକ, ଅନୁଗୁଳ ଜିଲ୍ଲା ଅଧ୍ୟକ୍ଷ ଆଇନଜୀବି ରାଜକିଶୋର ନାୟକ, କଟକ ଜିଲ୍ଳା ଅଧ୍ୟକ୍ଷ ପ୍ରତାପ ମଲ୍ଲିକ, ଭଦ୍ରକ ଜିଲ୍ଲା ଅଧ୍ୟକ୍ଷ ବିଦ୍ୟାଧର ଜେନା, ବିଭାଗର ସମ୍ପାଦକ ପ୍ରମୋଦ ମଲ୍ଲିକ, ରଞ୍ଜନ ଭୋଇ, ବିକାଶ ଦାସ, ସଂଜୟ ମଲ୍ଲିକ, ଶରତ ନାୟକ, ଆଇନଜୀବି ସଂଜୟ ମଲ୍ଲିକ, ଯଯାତି କେଶରୀ ପଟ୍ଟନାୟକ, ଆଇନଜୀବି ଦେବାଶିଷ ମଲ୍ଲିକ, ଶଶିକାନ୍ତ ଜେନା, ଶୁଭକର ମୁଖି, ରଥି କୁମ୍ଭାର, ମଂଟୁ ମଲ୍ଲିକ, ଲମ୍ବୋଧର ନାୟକ, ରଞ୍ଜନ ଜେନା, ବନମାଳି ବିଶୋଇ, ଆଦେଶ ସୁନା, ଅର୍ଜ୍ଜୁନ ବାଙ୍କା, ରାଜକିଶୋର ବେହେରା, ଜମ୍ଭୁ ମଲ୍ଲିକ, ଜୟନ୍ତ ବେହେରା, ପ୍ରକାଶ ଜେନା, ଜୀବନ ମଲ୍ଲିକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜର ମତାମତ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking