କଳାହାଣ୍ଡି: କଳାହାଣ୍ଡି ଜିଲ୍ଳା ବଧିର ବିଦ୍ୟାଳୟ ଠାରେ ୫ଦିନିଆ ସଂକେତ ମୋ ଭାଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।ଓଡିଶା ରାଇସିଙ୍ଗ ଫାଉଣ୍ଡେସନ ଭୁବନେଶ୍ୱର ଓ ଭିନ୍ନକ୍ଷମ ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ ବିଭାଗ ଓଡିଶା ସରକାର, AYJNSH(c) ଭୁବନେଶ୍ୱର ମିଳିତ ଆନୁକୂଲ୍ୟରେ ପାଞ୍ଚ ଦିନ ଧରି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୨୭ ତାରିଖ ରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ । କାର୍ଯ୍ୟକ୍ରମ ର ଲକ୍ଷ୍ୟ ସାଧାରଣ ଲୋକ ଙ୍କ ଭାଷା କୁ ବୁଝିବା ପାଇଁ ସହଜ ହେବ।ବଧିର ମାନେ ଯେକୌଣସି ସାମାଜିକ ସ୍ଥାନ କୁ ଗଲେ ଲୋକ ଙ୍କ ସହ ସହଜରେ ଯୋଗାଯୋଗ କରିପାରିବେ । ଏହି କାର୍ଯ୍ୟକ୍ରମରେ ପ୍ରଜନା ପୂର୍ବସା ତ୍ରିପାଠୀ ଅପରେସନ ଲିଡ଼ କଳାହାଣ୍ଡି ORF, ନିବାସ ଚନ୍ଦ୍ର ସାହୁ ଭିନକ୍ଷମ ପୁନର୍ବାସ ପରିସଂସ୍ଥା ଭବାନୀପାଟଣା ର ସଂଚାଳକ, ସମେତ ଧନେଶ୍ୱର ନିଆଲ ରେଡ଼କ୍ରସ ବଧିର ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କ ସମେତ ଶିକ୍ଷକ, ଶିକ୍ଷୟତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ ।