27.6 C
Bhubaneswar
Friday, June 6, 2025
Homeଓଡିଶାବିସ୍ଫୋରକ ଲୁଟ ଘଟଣାରେ ତଦନ୍ତ ପାଇଁ ଗଠନ ହେଲା ଏସଆଇ ଟିମ

ବିସ୍ଫୋରକ ଲୁଟ ଘଟଣାରେ ତଦନ୍ତ ପାଇଁ ଗଠନ ହେଲା ଏସଆଇ ଟିମ

ସୁନ୍ଦରଗଡ: ସୁନ୍ଦରଗଡ ସରଣ୍ଡା ଜଙ୍ଗଲରୁ  ମାଓବାଦୀ  ବିପୁଳ  ବିସ୍ଫୋରକ  ଲୁଟି ନେବା ଘଟଣାରେ  ତଦନ୍ତ ପାଇଁ  ଗଠନ ହେଲା ଏସଆଇ ଟିମ ।  ଓଡିଶା ପୋଲିସ ଡିଜି  ଗଠନ କଲେ ଏସଆଇଟି ।  ଏସଆଇଟି ଟିମରେ   ରାଉରକେଲା ଅତିରିକ୍ତ  ଏସପିଙ୍କ ନେତୃତ୍ୱରେ  ଅଛନ୍ତି ୪ ଜଣ । ରାଉରକେଲା ଅତିରିକ୍ତ ଏସପି, ବଣାଇ ଏସ୍‌ଡିପିଓଙ୍କ ସହ ଦୁଇ ପୁଲିସ ଇନ୍ସପେକ୍ଟର । ଏସ୍‌ଆଇଟି ଟିମ୍ ଏନଆଇଏକୁ ସହଯୋଗ କରିବା ସହ କରିବ ସ୍ୱତନ୍ତ୍ର ତଦନ୍ତ । ୪ ଦିନ ପରେ ବି ୫ ହଜାର କେଜି ବିସ୍ଫୋରକର ମିଳିନି ପତ୍ତା । ଏବେ ଘଟଣାର ତଦନ୍ତ କରୁଛି ଏନଆଇଏ ଟିଏମ୍ । ସେପଟେ ବାଙ୍କୋ ପଥର ଖଣିରୁ ବିସ୍ଫୋରକ ସାମଗ୍ରୀ ଲୁଟ୍ ଘଟଣାରେ, ଘଟଣା ସ୍ଥଳରେ ପହଞ୍ଚିଲା ସାଇଣ୍ଟିଫିକ୍ ଟିମ୍ ସହ ଡଗ୍ ସ୍କ୍ୱାଡ୍ । ଜଙ୍ଗଲ ଭିତର ଏବଂ ଲୁଟ୍ ସ୍ଥଳକୁ ଯାଇ ଯାଞ୍ଚ କରୁଛି ଟିମ୍ ।  ମାଓବାଦୀଙ୍କ ହାତରେ ବିସ୍ଫୋରକ ଲାଗିଥିବା ସନ୍ଦେହରେ ଡିଭିଏଫ୍ ଓ ଝାଡ଼ଖଣ୍ଡ ସିଆରପିଏଫ୍ ପକ୍ଷରୁ କମ୍ବିଂ ଅପରେସନ୍‌କୁ ଜୋରଦାର କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking