16.1 C
Bhubaneswar
Thursday, February 5, 2026
Homeଓଡିଶାଏସ୍‌ଆଇ ସ୍କାମ୍‌: ଘଣ୍ଟାଚକଟା କରୁଛି ସିବିଆଇ

ଏସ୍‌ଆଇ ସ୍କାମ୍‌: ଘଣ୍ଟାଚକଟା କରୁଛି ସିବିଆଇ

ଭୁବନେଶ୍ୱର: ପୁଲିସ ଏସଆଇ ନିଯୁକ୍ତି ସ୍କାମକୁ ନେଇ ଘଣ୍ଟାଚକଟା ଆରମ୍ଭ କରିଛି ସିବିଆଇ। ୪ ଦିନ ଧରି ଦସ୍ତାବିଜ୍ ଯାଞ୍ଚ ପରେ ଏହି ମାମଲାରେ ଜଡ଼ିତ ୧୧୪ ପରୀକ୍ଷାର୍ଥୀଙ୍କ ଷ୍ଟେଟମେଣ୍ଟ ରେକର୍ଡରୁ ହିଁ ଆରମ୍ଭ ହୋଇଛି ସିବିଆଇ ତଦନ୍ତ ଧାରା। ପ୍ରଥମ ପର୍ଯ୍ୟାୟରେ ମୋଟ୍ ୧୦ ଜଣ ପରୀକ୍ଷାର୍ଥୀଙ୍କୁ ସମନ ଜାରି କରାଯାଇଛି। ତେବେ ଶୁକ୍ରବାର ୪ ଜଣ ପରୀକ୍ଷାର୍ଥୀଙ୍କୁ ପାଖାପାଖି ୮ ଘଣ୍ଟା ଜେରା କରିବା ପରେ ରାତି ପ୍ରାୟ ସାଢେ ୧୧ଟା ବେଳେ ସିବିଆଇ ଛାଡ଼ିଥିଲା। ଶନିବାର ଆଉ ୬ ଜଣ ସିବିଆଇରେ ହାଜର ହୋଇଥିଲେ। ସକାଳ ସମୟରେ ୨ ଜଣ ପହଞ୍ଚିଥିବା ବେଳେ ଅପରାହ୍ଣ ୩ଟା ସମୟରେ ଆଉ ୪ଜଣ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଶୁକ୍ରବାର ଜେରାର ସମ୍ମୁଖୀନ ହୋଇଥିବା ସମସ୍ତ ପରୀକ୍ଷାର୍ଥୀ ଖୋର୍ଦ୍ଧା ଅଞ୍ଚଳର ହୋଇଥିବା ବେଳେ ଆଜି ହାଜର ସମସ୍ତ ପରୀକ୍ଷାର୍ଥୀ କଟକ ବାଙ୍କୀ ଅଞ୍ଚଳର ବୋଲି ଜଣାପଡ଼ିଛି। କେଳେଙ୍କାରୀରେ ଗିରଫ ପରୀକ୍ଷାର୍ଥୀଙ୍କ ବୟାନ ରେକର୍ଡ କରିବା ସହ ସିବିଆଇ ଷଡ଼ଯନ୍ତ୍ରୀକାରୀଙ୍କୁ ଖୋଜୁଛି। ରାଜ୍ୟ ସରକାରଙ୍କ ସୁପାରିଶ କ୍ରମେ ଗତ ୧୩ ତାରିଖରେ ସିବିଆଇ ମାମଲା ରୁଜୁ କରିଥିଲା। ପରେ କ୍ରାଇମବ୍ରାଞ୍ଚ୍ ଓ ବ୍ରହ୍ମପୁର ପୁଲିସ ନିକଟରୁ ସମସ୍ତ ଦସ୍ତାବିଜ ଆଣି ଯାଞ୍ଚ କରିବା ପରେ ଆରମ୍ଭ ହୋଇଛି ଖୋଳତାଡ଼। ଏହାରି ଭିତରେ ସିବିଆଇ ଖୋଜୁଛି ପୂରା କେଳେଙ୍କାରୀ ପଛରେ ରହିଛି କେଉଁ ପ୍ରଭାବଶାଳୀ ଲୋକଙ୍କର ସମ୍ପୃକ୍ତି ? କିଏ ସେ ଅଫିସର ଯାହାଙ୍କ ପୃଷ୍ଠପୋଷକତାରେ ବଢୁଥିଲେ ଶଙ୍କର ପୃଷ୍ଟି ଭଳି ଦଲାଲ ? କାହା ଛତ୍ରଛାୟା ତଳେ ଚାଲିଥିଲା ଚାକିରି ବିକ୍ରି ସିଣ୍ଡିକେଟ? କେଉଁଠି ଲୁଚିଛନ୍ତି ଆନ୍ତଃରାଜ୍ୟ ଦଲାଲ?

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking