21.1 C
Bhubaneswar
Thursday, February 5, 2026
Homeଓଡିଶାଏସଆଇ କେଳେଙ୍କାରୀ: ହାଇକୋର୍ଟଙ୍କୁ ଅବଗତ କଲା ସିବିଆଇ

ଏସଆଇ କେଳେଙ୍କାରୀ: ହାଇକୋର୍ଟଙ୍କୁ ଅବଗତ କଲା ସିବିଆଇ

କଟକ: ପୋଲିସ ଏସଆଇ ନିଯୁକ୍ତି କେଳେଙ୍କାରୀ ମାମଲା। ଅଭିଯୁକ୍ତ ମୁନା ମହାନ୍ତି ଓ ଅନ୍ୟ ୪ ସହେଯାଗୀଙ୍କ ଜାମିନ ଆବେଦନ ପ୍ରସଙ୍ଗ। ମାମଲା ସିବିଆଇକୁ ହସ୍ତାନ୍ତର ନେଇ ହାଇକୋର୍ଟଙ୍କୁ ଅବଗତ କଲା କ୍ରାଇମବ୍ରାଞ୍ଚ। ଆସନ୍ତା ୧୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଅନ୍ୟପଟେ, ପୋଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ଘଟଣାରେ ଆଉ ଜଣେ ସିବିଆଇରେ ହାଜର ହୋଇଛି । ଅଶ୍ୱିନୀ ପାତ୍ରଙ୍କୁ ସିବିଆଇର ସ୍ୱତନ୍ତ୍ର ଟିମ୍ ଜେରା କରୁଛି । ଦଲାଲ ବିରଞ୍ଚି ଲିଙ୍କରେ ଅଶ୍ୱିନୀଙ୍କୁ ସମନ କରିଥିଲା ସିବିଆଇ । ସମନ ପାଇବା ପରେ ଆଜି ସିବିଆଇରେ ହାଜର ହୋଇଛନ୍ତି ଅଶ୍ୱିନୀ ପାତ୍ର । ପରୀକ୍ଷାର୍ଥୀଙ୍କୁ ଆଗୁଆ ପ୍ରଶ୍ନପତ୍ର ପ୍ରସ୍ତୁତି ପାଇଁ ଡିଲ୍ ହୋଇଥିଲା । ଦଲାଲ ବିରଞ୍ଚିର ସହଯୋଗୀ ନିମାଇଁ ଓ ଅର୍ଜୁନ ସହ ଅଶ୍ବିନୀ ପାତ୍ର ସାମ୍ନାସାମ୍ନି ଜେରା କରୁଛି ସିବିଆଇ । ତେବେ ପ୍ରଶ୍ନପତ୍ର ତିଆରି ଓ ପ୍ରସ୍ତୁତି ବାବଦରେ କ’ଣ ଜାଣିଛନ୍ତି ଅଶ୍ୱିନୀ ସେନେଇ ଜେରା ଆରମ୍ଭ କରିଛି ସିବିଆଇ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking