21.1 C
Bhubaneswar
Wednesday, February 11, 2026
Homeଓଡିଶାଏସ୍‌ଆଇ ଚାକିରି କେଳେଙ୍କାରୀ: ଆଉ ଜଣେ ଗିରଫ

ଏସ୍‌ଆଇ ଚାକିରି କେଳେଙ୍କାରୀ: ଆଉ ଜଣେ ଗିରଫ

ଭୁବନେଶ୍ୱର: ଓଡ଼ିଶା ପୋଲିସ୍ ରିକ୍ରୁଟମେଣ୍ଟ ବୋର୍ଡ (ଓପିଆରବି) ଦ୍ୱାରା ପରିଚାଳିତ ହେବାକୁ ଥିବା ଓଡିଶା ପୋଲିସ ସବ-ଇନ୍ସପେକ୍ଟର ପଦବୀ ନିଯୁକ୍ତି ମାମଲାରେ ରାଜ୍ୟ କ୍ରାଇମ୍ ବ୍ରାଞ୍ଚକୁ ଆଉ ଏକ ସଫଳତା ମିଳିଛି। ଘଟଣାର ଅନ୍ୟତମ ଅଭିଯୁକ୍ତ କଟକର ବିଦ୍ୟାଧରପୁରର ବାସିନ୍ଦା ବିଶ୍ୱରଞ୍ଜନ ବେହେରା (୨୯)ଙ୍କୁ ଗିରଫ କରିବା ସହ ବ୍ରହ୍ମପୁର କୋର୍ଟ ଚାଲାଣ କରାଯାଇଛି। ଏହା ସହ ଏହି ମାମଲାରେ ଗିରଫଦାରୀ ସଂଖ୍ୟା ୧୧୮କୁ ବୃଦ୍ଧି ପାଇଛି। ଉଲ୍ଲେଖ ଯୋଗ୍ୟ ଯେ, ଅଭିଯୁକ୍ତ ବିଶ୍ବରଞ୍ଜନ ଏହି ଘଟଣାରେ ଜଣେ ମଧ୍ୟସ୍ଥି ଭାବରେ କାର୍ଯ୍ୟ କରୁଥିଲେ। ଏହି ସିଣ୍ଡିକେଟର ମୁଖ୍ୟଙ୍କ ନିର୍ଦ୍ଦେଶ ଅନୁଯାୟୀ, ବିଶ୍ୱ ରଞ୍ଜନଙ୍କ ସକ୍ରିୟ ଭୁମିକା ରହିଥିଲା। ଆଶାୟୀ ପ୍ରାର୍ଥୀଙ୍କ ସହିତ ସେ ନିୟମିତ ଯୋଗାଯୋଗ କରିବା ସହ ପ୍ରଶ୍ନପତ୍ର ପ୍ରଦାନ କରିବା ଭଳି କାର୍ଯ୍ୟ କରୁଥିଲେ। ଏହାର ପ୍ରତି ବଦଳରେ ଆଶାୟୀ ପ୍ରାର୍ଥୀଙ୍କ ଠାରୁ ସେମାନଙ୍କ ଅରିଜିନାଲ ଶିକ୍ଷାଗତ ପ୍ରମାଣପତ୍ର ଏବଂ ଖାଲି ଚେକ୍ ସଂଗ୍ରହ କରିଥିଲେ। ପରବର୍ତ୍ତୀ ସମୟରେ ଏହି କାଗଜପତ୍ର ଗୁଡିକୁ ସିଣ୍ଡିକେଟ୍ ର ଅନ୍ୟ ଜଣେ ସଦସ୍ୟକୁ ହସ୍ତାନ୍ତର କରିବା ଭଳି କାର୍ଯ୍ୟ କରୁଥିଲେ। ଏହି ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଚଢ଼ାଉ ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking