ସୁବର୍ଣ୍ଣପୁର: ଭିଜିଲାନ୍ସ ଜାଲରେ ପୋଲିସ ବାବୁ । ସୁବର୍ଣ୍ଣପୁର ଜିଲ୍ଲା ବୀର ମହାରାଜପୁର ଥାନାରେ କାଯ୍ୟରତ ଏସଆଇ ବୁଡୁ ଭୋଇ ଭିଜିଲାନ୍ସ ଜାଲରେ ପଡିଛନ୍ତି । ଏକ ଦୁର୍ଘଟଣାରେ ଜବତ ହୋଇଥିବା ମୋଟର ସାଇକେଲ ଛାଡିବା ପାଇଁ ଛଅ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାବୁଡରେ ପଡିଛନ୍ତି ବାବୁ । ବୁଡୁ ଭୁଇଁଙ୍କ ଙ୍କ ସୁବଣ୍ଣପୁର ପଚ୍ଚାଭୁଇଁ ସ୍ଥିତ ଘର ଏବଂ ବୀର ମହାରାଜପୁରରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ଟିମ ।