26.1 C
Bhubaneswar
Sunday, December 7, 2025
Homeଓଡିଶାଏସଆଇ ପରୀକ୍ଷା ସ୍କାମ: ସିବିଆଇର ତଦନ୍ତ ଆରମ୍ଭ

ଏସଆଇ ପରୀକ୍ଷା ସ୍କାମ: ସିବିଆଇର ତଦନ୍ତ ଆରମ୍ଭ

ଭୁବନେଶ୍ୱର: ଏସଆଇ ପରୀକ୍ଷା କେଳଙ୍କାରୀ ମାମଲା । ବିଜ୍ଞପ୍ତି ପ୍ରକାଶ  ପରେ ମାମଲା  ରୁଜୁ କରିଛି  ସିବିଆଇ । ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ ଗଠନ ହେଲା। ଟିମରେ ଅଛନ୍ତି ୧୨ରୁ ଅଧିକ  ସିବିଆଇ ଅଧିକାରୀ। ଜଣେ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ  ଗଠନ ହେଲା ସିବିଆଇ ଟିମ । ୩ ଜଣ ଡିଏସପି, ୪ ଜଣ ଇନସପେକ୍ଟର ଏଥିରେ ସାମିଲ ହେବେ । କ୍ରାଇମବ୍ରାଞ୍ଚକୁ ମାମଲାର ସବୁ ଦସ୍ତାବିଜ  ମାଗିଲା ସିବିଆଇ । ପୂର୍ବରୁ କ୍ରାଇମବ୍ରାଞ୍ଚ ଅଧିକାରୀ ତଦନ୍ତ କରୁଥିଲେ। ଘଟଣାର ମାଷ୍ଟରମାଇଣ୍ଡ, ଶଙ୍କର ପୃଷ୍ଟି କାର କେୟାରଟେକର ଓ ସୁରେଶ ନାୟକଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ। ସେପଟେ ଶଙ୍କର ପୃଷ୍ଟି, ସୁରେଶ ନାୟକ, ବିଶ୍ୱ ରଞ୍ଜନ ବେହେରା, ଅରବିନ୍ଦ ଦାସ, ତଫିସ ଅହମ୍ମଦଙ୍କ ସମେତ ୨ ଆଶାୟୀ ଶେଖର ସାହୁ, ପ୍ରକାଶ ସାହୁଙ୍କ ଜାମିନ ଆବେଦନ ନେଇ ଆଜିଶୁଣାଣି ହେବ । ବ୍ରହ୍ମପୁର ଜିଲ୍ଲା  ଦୌରା ଜଜଙ୍କ କୋର୍ଟରେ  ଜାମିନ ନେଇ ଶୁଣାଣି କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking