18.1 C
Bhubaneswar
Sunday, February 8, 2026
Homeଓଡିଶାଏସଆଇ ପରୀକ୍ଷା କେଳେଙ୍କାରୀ: ବ୍ରହ୍ମପୁରରେ ପହଞ୍ଚିଲା ସିବିଆଇ ଟିମ

ଏସଆଇ ପରୀକ୍ଷା କେଳେଙ୍କାରୀ: ବ୍ରହ୍ମପୁରରେ ପହଞ୍ଚିଲା ସିବିଆଇ ଟିମ

ଭୁବନେଶ୍ୱର: ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲ।। ଅଧିକ ତଦନ୍ତ ପାଇଁ ବ୍ରହ୍ମପୁରରେ ପହଞ୍ଚିଲା ସିବିଆଇ ଟିମ । ବ୍ରହ୍ମପୁର ଜେଲରେ ଅଭିଯୁକ୍ତଙ୍କୁ ସିବିଆଇର ପଚରାଉଚରା ଜାରି ରହିଛି । ଏହି ମାମଲାକୁ ନେଇ ସିବିଆଇ ଘାଣ୍ଟିବ। ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ(ଓପିଆର୍‌ବି) ଦ୍ବାରା ପରିଚାଳିତ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ମାମଲାର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କରିବ। ପୂର୍ବରୁ ଏହି ମାମଲାର ତଦନ୍ତ କ୍ରାଇମ୍‌ବ୍ରାଞ୍ଚ କରୁଥିବା ବେଳେ ଆଗକୁ ମାମଲା ସିବିଆଇ ହାତକୁ ଯିବ। ଏନେଇ ଆଜି କେନ୍ଦ୍ର କାର୍ମିକ, ଅଭିଯୋଗ ଓ ପେନ୍‌ସନ୍ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ରୢାକେଟର୍‌ ମାଷ୍ଟରମାଇଣ୍ଡ କୁହାଯାଉଥିବା ଶଙ୍କର ପୃଷ୍ଟିକୁ କ୍ରାଇମ୍‌ବ୍ରାଞ୍ଚ ନେପାଳ ସୀମାରୁ ଗିରଫ ପରେ ସେ ଗଣମାଧ୍ୟମ ଆଗରେ ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଥିଲା। ତେବେ ପରବର୍ତ୍ତୀ ସମୟରେ ଶଙ୍କର ୟୁଟର୍ଣ୍ଣ ନେଇଥିଲା। କ୍ରାଇମ୍‌ବ୍ରାଞ୍ଚକୁ ତଦନ୍ତରେ ସହଯୋଗ କରି ନଥିଲା। ଅନ୍ୟତମ ମାଷ୍ଟରମାଇଣ୍ଡ ସିଲିକନ୍ ଟେକ୍ ପ୍ରାଇଭେଟ୍ ଲିମିଟେଡ୍‌ର ମାଲିକ ସୁରେଶ ନାୟକକୁ ଗିରଫ ପରେ ଲାଗୁଥିଲା ଶଙ୍କର ଓ ସୁରେଶଙ୍କୁ ମୁହାଁମୁହିଁ ଜେରା ପରେ ଏହି ରୢାକେଟ୍‌ର ଗୁମର ଖୋଲିବ। ତାହା ବି ହେଲା ନାହିଁ। ସ୍ଥିତି ଏଭଳି ‌ହେଲା ଯେ ସେମାନଙ୍କ ପଲିଗ୍ରାଫ୍‌ ପରୀକ୍ଷା ପାଇଁ କୋର୍ଟରେ କ୍ରାଇମ୍‌ବ୍ରାଞ୍ଚ ଆବେଦନ କଲା। କିନ୍ତୁ ଏପର୍ଯ୍ୟନ୍ତ ଏହାର ଶୁଣାଣି ହୋଇନାହିଁ।ସେହିପରି ପ୍ରଥମେ ୧୧୪ ଜଣ ଆଶାୟୀ ଅନ୍ୟ ୩ଜଣ ଦଲାଲଙ୍କୁ ମିଶାଇ ମୋଟ ୧୧୭ଜଣଙ୍କୁ ଗିରଫ କରାଯାଇଥିଲା। ପରବର୍ତ୍ତୀ ସମୟରେ ମାମଲା କ୍ରାଇମ୍‌ବ୍ରାଞ୍ଚ ହାତକୁ ଯିବା ପରେ ପ୍ରଥମେ ରୢାକେଟ୍‌ର ୬ ଦଲାଲ ଓ ୨ ମାଷ୍ଟରମାଇଣ୍ଡକୁ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking