19.1 C
Bhubaneswar
Monday, December 8, 2025
Homeଓଡିଶାଏସଆଇ ପରୀକ୍ଷା କେଁ: ସାମ୍ନାକୁ ଆସିଲା ବଡ ଅପଡେଟ

ଏସଆଇ ପରୀକ୍ଷା କେଁ: ସାମ୍ନାକୁ ଆସିଲା ବଡ ଅପଡେଟ

ଭୁବନେଶ୍ୱର: ପୋଲିସ ଏସଆଇ ପରୀକ୍ଷାରେ ମହାଘୋଟାଲା । ସାମ୍ନାକୁ ଆସିଲା ବଡ ଅପଡେଟ । ୧୪୪ ଜଣ ପରୀକ୍ଷାର୍ଥୀ ଓ ୩ ଦଲାଲ ଗିରଫ ପରେ ତତ୍ପରତା ଦେଖାଦେଇଛି । ପ୍ରତାଥମିକ ତଦନ୍ତ ଅନୁସାରେ ଶଙ୍କର ପୃଷ୍ଟି ଓ ମୁନା ମହାନ୍ତିଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି । ଦୁହେଁ ସ୍ପେଶାଲ କୋଟିଂ ପାଇଁ ରାଜ୍ୟ ବାହାରକୁ ନେଉଥିବା ଅଭିଯୋଗ ହୋଇଛି । ପ୍ରତ୍ୟେକଙ୍କ ଠାରୁ ୨୫ ଲକ୍ଷ ଟଙ୍କା ନେବାକୁ ଡିଲ ହୋଇଥିବା ବୋଲି ସୂଚନା ରହିଛି । ୯୩୩ ପୋଷ୍ଟ ପାଇଁ ବାହାରିଥିଲା ବିଜ୍ଞାପନ । କୋଟି କୋଟି ଟଙ୍କାର ଡିଲ ହୋଇଥିଲା । କେବଳ ଶଙ୍କର ପୃଷ୍ଟି, ମୁନା ମହାନ୍ତି ନା ଏହା ପଛରେ  ବଡ  ଅଧିକାରୀ ଅଛନ୍ତି? କଣ ପାଇଁ ସିଲିକନ ପରେ ପଞ୍ଚସଫ୍ଟକୁ ପରୀକ୍ଷା ଦାୟିତ୍ୱ ଦିଆଗଲା ତାକୁ ନେଇ ଉଠିଲା ପ୍ରଶ୍ନ । ଓପିଆରବି ପରୀକ୍ଷା ପରିଚାଳନା ଦକ୍ଷତାକୁ ନେଇ ସନ୍ଦେହରେ ରହିଛନ୍ତି ପରୀକ୍ଷାର୍ଥୀ । ବିଶେଷଜ୍ଞଙ୍କ ମତରେ କେବଳ ପରୀକ୍ଷାର୍ଥୀ ଓ ଦଲାଲଙ୍କୁ ଗିରଫଦାରି ଯଥେଷ୍ଟ ନୁହେଁ ।ଏହା ପଛରେ ଯେଉଁ ବଡ ଅଧିକାରୀ ଅଛନ୍ତି, ଗିରଫଦାରି ଦରକାର । ଏସଆଇ ନିଯୁକ୍ତି ପୋଲିସର ମେରୁଦଣ୍ଡ , ସ୍ୱଚ୍ଛତା ଦରକାର କହିଲେ ପୂର୍ବତନ ପୋଲିସ ଅଧିକାରୀ । ସୂଚନାଥାଉକି, ଏସଆଇ ପରୀକ୍ଷା ପୂର୍ବରୁ ଜାଲିଆତି ପାଇଁ ହାଇଦ୍ରାବାଦ ଯାଉଥିବା ବେଳେ ଧରାପଡିଥିଲେ । ଆନ୍ଧ୍ର ଶ୍ରୀକାକୁଲମରେ ଶତାଧିକ ଏସଆଇ ପରୀକ୍ଷା ଆସାୟୀଙ୍କୁ ଧରିଥିଲା ପୋଲିସ ।ଏଥିସହିତ ଏସଆଇ ପରୀକ୍ଷାରେ ଜାଲିଆତିକୁ ନେଇ ହେଲ୍ପ ଲାଇନ ନମ୍ବର ଜାରି କଲା ଓଡିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ । ହେଲ୍ପ ଲାଇନ ନମ୍ବର ୯୦୪୦୪୯୩୨୨୩ । ଯାହାର ଅଭିଯୋଗ ଅଛି ୯୦୪୦୪୯୩୨ରେ ଜଣାଇ ପାରିବେ । ସ୍ୱଚ୍ଛତାର ସହ ସିପିଏସଇ- ୨୦୨୪ ପରୀକ୍ଷା ପାଇଁ ପଦକ୍ଷେପ ନିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking