16.1 C
Bhubaneswar
Tuesday, December 9, 2025
Homeଦେଶ ବିଦେଶପୃଥୀବିକୁ ଫେରିଲେ ଶୁଭାଂଶୁ: ଭାବବିହ୍ୱଳ ହେଲେ ପରିବାର

ପୃଥୀବିକୁ ଫେରିଲେ ଶୁଭାଂଶୁ: ଭାବବିହ୍ୱଳ ହେଲେ ପରିବାର

ନୂଆଦିଲ୍ଲୀ: ପୃଥୀବୀକୁ ଫେରିଛନ୍ତି ଶୁଭାଂଶୁ ଶୁକ୍ଳା ।  ଆକ୍ସିଅମ- ୪ ମିସନରେ ଯାଇ ସଫଳତାର ସହ ଫେରିଛନ୍ତି ଶୁଭାଂଶୁ ଶୁକ୍ଳା ।  ଏହି ସମୟରେ  ସମସ୍ତେ ଶୁଭାଂଶୁଙ୍କୁ ଏବଂ ତାଙ୍କ ସହିତ ଯାଇଥିବା ଅନ୍ୟ ସଦସ୍ୟଙ୍କୁ ସ୍ୱାଗତ   କରିଛନ୍ତି ।  ଶୁଭାଂଶୁଙ୍କ ମା  ମଧ୍ୟ ଭାବ ବିହ୍ୱଳ , ଆଖିରେ ଖୁସିର ଲୁହ ଛଳ   ଛଳ କରି  ତାଳି ମାରି   ସ୍ୱାଗତ   କରିଛନ୍ତି । ପ୍ରତ୍ୟକ ମାର ସ୍ୱପ୍ନ ଯେ ତା ଛୁଆ ସଫଳତାର ସହ ଫେରୁ । ଶୁଭାଂଶୁ ଶୁକ୍ଲା ଇତିହାସ ରଚିଛନ୍ତି । ଏହାରି ଭିତରେ ଶୁଭାଂଶୁ ପୃଥୀବୀକୁ ସଫଳତାର ସହ ଫେରିବା ପରେ ତାଙ୍କ ବାପା ମା ପ୍ରତିକ୍ରିୟା  ରଖିଛନ୍ତି । ଶୁଭାଂଶୁଙ୍କ ବାପା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି,  ଏହା ଦେଶ ପାଇଁ ଗର୍ୱ ଓ ଗୌରବର ବିଷୟ । ଭାବ ବିହ୍ୱଳ ହୋଇ ତାଙ୍କ ମା କହିଛନ୍ତି, ପୁଅ ଏତେ ଦିନ ପରେ ଫେରିଥିବାରୁ ମୁଁ ଖୁସି ।  ସମସ୍ତଙ୍କୁ ଆଉ ଦେଶବାସୀଙ୍କୁ ଧନ୍ୟବାଦ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking