30.1 C
Bhubaneswar
Wednesday, March 25, 2026
Homeଓଡିଶାମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀକାନ୍ତ ଙ୍କ ଚିଠି

ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀକାନ୍ତ ଙ୍କ ଚିଠି

ପ୍ରିୟ ମୁଖ୍ୟମନ୍ତ୍ରୀ,
ପୂର୍ବତଟ ରେଳ ଜୋନ୍‌(ଋଉକ୍ଟଜ)ର ୱାଲଟିୟର ଡ଼ିଭିଜନ ସମ୍ପର୍କରେ ପୂର୍ବରୁ ଆପଣଙ୍କୁ ଏକ ପତ୍ର ମାଧ୍ୟମରେ ସମସ୍ତ କଥା ଉଲ୍ଲେଖ କରିଥିଲି । ଏବେ ଜାଣିବାକୁ ପାଇଲି ଯେ, ମାନ୍ୟବର ପ୍ରଧାନମନ୍ତ୍ରୀ ଆସନ୍ତା ୬ ତାରିଖରେ ୱାଲଟିୟର ଡ଼ିଭିଜନର ଓଡ଼ିଶା ଅଂଶକୁ ନେଇ ଏକ ନୂତନ ରେଳ ଡ଼ିଭିଜନ ରାୟଗଡ଼ା ଠାରେ ପ୍ରତିଷ୍ଠା କରିବା ପାଇଁ ଭିତିପ୍ରସ୍ଥର ଦେବେ । ରାୟଗଡ଼ା ଠାରେ ଏକ ନୂତନ ରେଳ ଡ଼ିଭିଜନ ଗଠନ ହେବା ସ୍ୱାଗତଯୋଗ୍ୟ କିନ୍ତୁ ୱାଲଟିୟର ଡ଼ିଭିଜନର ମୁଖ୍ୟାଂଶକୁ ଆନ୍ଧ୍ର ପ୍ରଦେଶରେ ଗଠିତ ହେଉଥିବା ଦକ୍ଷିଣତଟ ରେଳ ଜୋନ୍ (ଝଉକ୍ଟଜ)ରେ ମିଶାଇବାର ଯଥାର୍ଥତା କ’ଣ?
ଦକ୍ଷିଣତଟ ରେଳ ଜୋନ୍ (ଝଉକ୍ଟଜ) ଯାହା ଆନ୍ଧ୍ର ପ୍ରଦେଶରେ ନୂତନ ଭାବେ ପ୍ରତିଷ୍ଠା ହେବାକୁ ଯାଉଛି । ସେହି ଜୋନ୍‌ରେ ୩ଟି ଡ଼ିଭିଜନ ଅଛି – ବିଜୟୱାଡ଼ା, ଗୁନ୍‌ଟୁର, ଗୁନ୍‌ଟାକଲ ଡ଼ିଭିଜନକୁ ନେଇ ଗଠିତ ହେବାରେ କୌଣସି ଆପତିି ନାହିଁ କିନ୍ତୁ ପୂର୍ବତଟ ରେଳ ଜୋନ୍‌(ଋଉକ୍ଟଜ)ରୁ ୱାଲଟିୟର ଡ଼ିଭିଜନକୁ ନେଇ ଦକ୍ଷିଣତଟ ରେଳ ଜୋନ୍ (ଝଉକ୍ଟଜ)ରେ ମିଶାଇବାର ଯଥାର୍ଥତା କ’ଣ? ଯଦ୍ୱାରା ପୂର୍ବତଟ ରେଳ ଜୋନ୍ (ଋଉକ୍ଟଜ) ଯାହା ଦେଶର ୧ ନମ୍ବର ରେଳ ଜୋନ୍ ତାହା ୧୦ ନମ୍ବରକୁ ଖସିଯିବ ।
ପୂର୍ବତଟ ରେଳ ଜୋନ୍ (ଋଉକ୍ଟଜ) ୧୯୯୬ ମସିହା ଠାରୁ ଆଜି ପର୍ଯ୍ୟନ୍ତ ଭାରତୀୟ ରେଳକୁ ପ୍ରାୟ ୩ ଲକ୍ଷ କୋଟି ଟଙ୍କା ଲାଭ ଦେଇଛି । ଦେଶର ୧ ନମ୍ବର ରେଳ ଜୋନ୍ ଯିଏ ପ୍ରତି ବର୍ଷ ୨୦ ରୁ ୨୫ ହଜାର କୋଟି ଟଙ୍କାର ଲାଭ ଦେଇ ଚାଲିଛି । ଏହି ୱାଲଟିୟର ଡ଼ିଭିଜନ ଏଥିରୁ ଅଲଗା ହେଲେ ପୂର୍ବତଟ ରେଳ ଜୋନ୍ (ଋଉକ୍ଟଜ) ଏକ ପ୍ରକାର ପଙ୍ଗୁ ହୋଇଯିବ ।
ଦେଶର ଏକତା ଓ ଭାଇଚାରାକୁ ଆଗକୁ ନେବାରେ ରେଳବାଇ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଚାଲିଛି । ରେଳ ଜୋନ୍ ପ୍ରତିଷ୍ଠାକୁ ରାଜ୍ୟ କୈନ୍ଦ୍ରିକ କରିବା ଦ୍ୱାରା କେବଳ ରେଳବାଇ ପାଇଁ ନୁହେଁ, ଏହା ଦେଶ ପାଇଁ ଆଦୌ ଉଚିତ୍ ନୁହେଁ । ଯଦ୍ୱାରା ଆ ଳିକ ବିବାଦ ରାଜ୍ୟ-ରାଜ୍ୟ ମଧ୍ୟରେ ସୃଷ୍ଟି ହେବ ।
ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟର ବୃହ ର ସ୍ୱାର୍ଥ ପାଇଁ ୱାଲଟିୟର ଡ଼ିଭିଜନକୁ ଆନ୍ଧ୍ର ପ୍ରଦେଶର ଚାପରେ ଆନ୍ଧ୍ରର ନୂତନ ରେଳ ଜୋନ୍‌ରେ ମିଶାଇ ପୂର୍ବତଟ ରେଳ ଜୋନ୍ (ଋଉକ୍ଟଜ)କୁ ପଙ୍ଗୁ କରାନଯାଉ ଏହାକୁ ଦୃଢ଼ ଭାବେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣନ୍ତୁ । ଯଦି ପ୍ରଧାନମନ୍ତ୍ରୀ ଏ ପ୍ରସ୍ତାବକୁ ଗ୍ରହଣ ନ କରୁଛନ୍ତି, ତେବେ ଓଡ଼ିଶାର ଯେଉଁ ଅ ଳ ଯଥା – ସୁନ୍ଦରଗଡ଼ – ଝାରସୁଗୁଡ଼ା – ମୟୁରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲାକୁ ପୂର୍ବତଟ ରେଳ ଜୋନ୍ (ଋଉକ୍ଟଜ)ରେ ଏକତ୍ର କରି ଓଡ଼ିଶାରେ ଏକ ନୂତନ ଡ଼ିଭିଜନ ପ୍ରତିଷ୍ଠା କରାଯାଉ । ଏସମ୍ପର୍କରେ ଓଡ଼ିଶା ବିଧାନସଭାର ଏକ ସ୍ୱତନ୍ତ୍ର ବୈଠକ ଡ଼ାକି ତୁରନ୍ତ ଏକ ପ୍ରସ୍ତାବ ଗ୍ରହଣ କରାଯାଉ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking