21.1 C
Bhubaneswar
Wednesday, December 17, 2025
Homeଓଡିଶାମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଶ୍ରୀକାନ୍ତ ଜେନା

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଶ୍ରୀକାନ୍ତ ଜେନା

ଭୁବନେଶ୍ୱର : ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟାକୁ ଆପଣଙ୍କ ଦୃଷ୍ଟିକୁ ଆଣିବା ସହ ଏହାର ତୁରନ୍ତ ସମାଧାନ ଆଶା କରୁଛି । ନର୍ସିଂ କର୍ମଚାରୀମାନଙ୍କ ଦ୍ୱାରା ଚାଲିଥିବା ଆନ୍ଦୋଳନ ଏବଂ ସେମାନଙ୍କ ୧୦ ଦଫା ଦାବି ପୂରଣରେ ହେଉଥିବା ଆନ୍ଦୋଳନ ଉପରେ ସମାଧାନ ପାଇଁ ଜରୁରୀ ପଦକ୍ଷେପ ନେବାକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି । ସେ ଲେଖିଛନ୍ତି ଏହି ଦାବିଗୁଡିକ ଉପରେ ମୁଖ୍ୟମନ୍ତ୍ରୀ ଧ୍ୟାନ ଦେବା ସହ ତୁରନ୍ତ ଏହାର ସମାଧାନର ଆବଶ୍ୟକତା ରହିଛି ଏବଂ ଯଦି ତୁରନ୍ତ ଏହାର ସମାଧାନ ନହୁଏ ତେବେ ସାରା ରାଜ୍ୟରେ ସ୍ୱାସ୍ଥ୍ୟସେବା ଯୋଗାଣରେ ବାଧା ସୃଷ୍ଟି ହୋଇପାରେ । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ଆପଣ ଜାଣିଥିବେ, ଏହି ସ୍ୱାସ୍ଥ୍ୟସେବା ପାଇଁ ନିୟୋଜିତ କର୍ମଚାରୀମାନେ ଓଡିଶାର ଜନସ୍ୱାସ୍ଥ୍ୟ ଭିତ୍ତିଭୂମିର ମେରୁଦଣ୍ଡ ଅଟନ୍ତି, ଚାକିରୀ ସୁରକ୍ଷା ତଥା ହଜାର ହଜାର ସ୍ୱାସ୍ଥ୍ୟ ସେବା ବୃତ୍ତିଗତଙ୍କ କଲ୍ୟାଣ ପାଇଁ ଏହି ଦାବିଗୁଡିକ ଗୁରୁତ୍ଵପୂର୍ଣ ଅଟେ, ଯେଉଁମାନେ ଅନେକ ଚ୍ୟାଲେଞ୍ଜିଂ ସମୟରେ ମଧ୍ୟ ନିଜର ସେବା ଜାରି ରଖିଛନ୍ତି। ତେବେ ଏହା ଅତ୍ୟନ୍ତ ଜରୁରୀ ଯେ ନର୍ସିଂ କର୍ମଚାରୀମାନଙ୍କ ଦାବି ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଉଚିତ ଯାହା ଦ୍ୱାରା ସ୍ୱାସ୍ଥ୍ୟ ସେବା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ, ବିଶେଷ କରି ଓଡ଼ିଶାର ଗ୍ରାମାଞ୍ଚଳ ତଥା ବଞ୍ଚିତ ଅଞ୍ଚଳରେ ଉପରେ ଯେପରି ଏହାର କୌଣସି ପ୍ରଭାବ ପଡିବ ନାହିଁ । ଓଡିଶା ନର୍ସିଂ କର୍ମଚାରୀ ସଂଘ (ଓଏନଇଏ) ର ସମସ୍ୟାକୁ ସମାଧାନ କରିବା ପାଇଁ ମୁଁ ଆପଣଙ୍କୁ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରୁଛି। ଏକ ଶାନ୍ତିପୂର୍ଣ୍ଣ ସମାଧାନ କେବଳ ନର୍ସମାନଙ୍କ ପାଇଁ ଲାଭଦାୟକ ହେବ ନାହିଁ ବରଂ ଏହା ମଧ୍ୟ ସୁନିଶ୍ଚିତ କରିବ ଯେ ଆମ ରାଜ୍ୟର ସ୍ୱାସ୍ଥ୍ୟସେବା ସୁରୁଖୁରୁରେ କାର୍ଯ୍ୟ କରୁଛି। ମୁଁ ନିଶ୍ଚିତ ଯେ ଆମର ସରକାର ଏହି ସମସ୍ୟାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking